ନୂଆଦିଲ୍ଲୀ,୩୧/୦୫: ଟିଏମସି ମୁଖ୍ୟ ମମତା ବାନାର୍ଜୀ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ହସ୍ପିଟାଲ ଏବଂ ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ''ବିଜେପି ଏବଂ ଡିସିପି ହସ୍ପିଟାଲକୁ ଧମକ ଦେଉଛନ୍ତି । ଅଭିଷେକଙ୍କୁ ଘରକୁ ପଠାଇବା ପାଇଁ ହସ୍ପିଟାଲ ଉପରେ ଚାପ ପକା ଯାଇଛି । ବିଜେପି ହସ୍ପିଟାଲକୁ ଧମକ ଦେଉଛି ଏବଂ ଯଦି ଅଭିଷେକଙ୍କୁ କିଛି ହୁଏ, ତେବେ ହସ୍ପିଟାଲ ଦାୟୀ ରହିବ ।''

ସୁରକ୍ଷା ଅବହେଳା ଏବଂ ଗଣତନ୍ତ୍ରର ହତ୍ୟା ଅଭିଯୋଗ - ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅଭିଷେକ ବାନାର୍ଜୀଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କର 3D ସିଟି ସ୍କାନ, ଅଲ୍ଟ୍ରାସାଉଣ୍ଡ ସ୍କାନ ଏବଂ ଥୋରାସିକ୍ ପରୀକ୍ଷା କରାଯାଇଛି । ହସ୍ପିଟାଲରେ ପ୍ରବଳ ଚାପ ଯୋଗୁଁ ଅଭିଷେକଙ୍କୁ ଡିସଚାର୍ଜ କରାଯାଇଛି ଏବଂ ସେ ଏବେ ଘରେ ତାଙ୍କର ଚିକିତ୍ସା ଜାରି ରଖିବେ । ଅଭିଷେକଙ୍କୁ ଘରକୁ ପଠାଇ ଦିଆଯାଇଛି । ତାଙ୍କର ଚିକିତ୍ସା ଘରେ ଚାଲିବ । ଆମପ ଫ୍ୟାମିଲି ଡାକ୍ତର ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ତଦାରଣ କରିବେ । ହସ୍ପିଟାଲ ପ୍ରଶାସନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ମମତା କହିଛନ୍ତ, ଅଭିଷେକର ଅବସ୍ଥା ଗୁରୁତର ନଥିଲେ ତେବେ ତାଙ୍କୁ କାହିଁକି ଆଇସିୟୁରେ ରଖାଯାଇଥିଲା । ଯଦି ସେ ଗୁରୁତର ଥିଲେ ତାଙ୍କୁ ଏବେ ଚାପରେ କାହିଁକି ଡିସଚାର୍ଜ କରାଗଲା ? ଅଭିଷେକଙ୍କ ଶରୀରରେ ରକ୍ତ ଜମାଟ୍ ବାନ୍ଧିଛି । ଯଦି ସେ ହେଲମେଟ୍ ପିନ୍ଧି ନଥାନ୍ତ, ତେବେ ଅଭିଷେକଙ୍କର ଘଟଣାସ୍ଥଳରେ କିଛି ବି ହୋଇଯାଇଥାନ୍ତା । ଏବେ ଘରେ ଅଭିଷେକଙ୍କ ଚିକିତ୍ସା ଚାଲିବ । ଅକ୍ସିଜେନ୍ ସିଲିଣ୍ଡର ଏବଂ ଅନ୍ୟାନ୍ୟ ଜରୁରୀ ଉପକରଣ ରଖାଯିବ । ଯଦି ଅଭିଷେକଙ୍କର କିଛି ବି ହୁଏ ତେବେ ହସ୍ପିଟାଲ ଦାୟୀ ରହିବ ।

ସେପଟେ ଅଭିଷେକଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଟିଏମସି କର୍ମୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି । ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ଟିଏମସି । ମମତା ବାନାର୍ଜୀ ନିଜେ ସୋମବାର କୋଲକାତାର ରାଣୀ ରାସମୋଣୀ ରୋଡରେ ଏହି ସୁରକ୍ଷା ଅବହେଳା ଏବଂ ସ୍ୱେଚ୍ଛାଚାରିତା ବିରୋଧରେ ଧାରଣା ଦେବେ ।

ଏହା ବି ପଢନ୍ତୁ...ମେଡିକାଲରେ ଅଭିଷେକଙ୍କୁ ଭେଟିଲେ ମମତା, କହିଲେ...   

ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କ ଚିନ୍ତା ପ୍ରକାଶ-ମମତା ବାନାର୍ଜୀ କହିଛନ୍ତି ଯେ, ଦେଶର ଅନେକ ପ୍ରମୁଖ ନେତା ଅଭିଷେକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ ଫୋନ୍ କରିଛନ୍ତି । ରାହୁଲ ଗାନ୍ଧୀ ଫୋନ୍ କରି ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ । ସେ ଏହା ମଧ୍ୟ ପରାମର୍ଶ ଦେଇଥିଲେ ଯେ ଅଭିଷେକଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇପାରିବ। କପିଲ ସିବଲ ଏବଂ ଅଖିଳେଶ ଯାଦବ ମଧ୍ୟ ଅଭିଷେକଙ୍କ ବିଷୟରେ ବହୁତ ଚିନ୍ତିତ। "

କହି ରଖୁଛି କି, ଗତକାଲି ପଶ୍ଚିମବଙ୍ଗର ସୋନାରପୁର ଗସ୍ତ ସମୟରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ଅଭିଷେକ ବାନାର୍ଜାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେଠାରେ ପହଞ୍ଚିବା ପରେ କିଛି ଲୋକ ତାଙ୍କ ଉପରକୁ ପଥର, ଅଣ୍ଡା ଏବଂ ଜୋତା ଫିଙ୍ଗିଥିଲେ । ତାଙ୍କ ସାର୍ଟକୁ ଚିରି ଦେଇଥିଲେ । 'ଚୋର ଚୋର', ନାରା ଦେଇଥିଲେ । ଏପରିକି କିଛି ଜଣ ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ । ସୁରକ୍ଷାକର୍ମୀ ତାଙ୍କୁ ହେଲମେଟ୍ ପିନ୍ଧାଇ ସେଠାରୁ ବାହାର କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।