ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ସଫେଇ ନାଁରେ ମିଥ୍ୟା ବିଲ କରିବାକୁ ଉଦ୍ୟମ; ତଦାରଖ କରିବାକୁ ଦାବି

Published By : Bijay Swain | May 28, 2025 6:21 PM

ଦାରିଙ୍ଗବାଡି,୨୮/୫(ଆପ୍ର): ଦାରିଙ୍ଗବାଡି ବ୍ଲକ ସିମନବାଡ଼ିଠାରେ ସଫେଇ ଅଭିଯାନ ଆଳରେ ଗୋଟିଏ ଦୁଇଟି ସ୍ଥାନରୁ ଅଳିଆ ସଫା କରାଯାଇ ଅନେକ ସ୍ଥାନରୁ ଅଳିଆ ସଫା କରାଯାଇନଥିବା ଅଭିଯୋଗ ହୋଇଛି । ତେଲି ଛକଠାରୁ ରାଇକିଆ ରାସ୍ତା ମଧ୍ୟରେ ରହିଥିବା ଡ୍ରେନ ସଫେଇ ହୋଇଥିବ ବେଳେ ତେଲି ଛକଠାରୁ ଜୁଡ଼ାବାଡ଼ି ସାହି ଡ୍ରେନ ସଫେଇ ହୋଇ ନଥିବା ଫଳରେ ବର୍ତ୍ତମାନ ବର୍ଷା ହେବା ଯୋଗୁଁ ଗଦା ଗଦା ଅଳିଆ ଡ୍ରେନ ମଧ୍ୟରେ ଫସି ରହିଥିବା ଦେଖିବାକୁ ମିଳିଛି । 

ସେହିଭଳି ବନ୍ଧ ସାହିର ଶେଷ ଭାଗରେ ଅଳିଆ ସଫା କରାଯିବା ବଦଳରେ ଓଲଟ ପାଲଟ କରି ରଖି ଦିଆ ଯାଇଛି । ଏଭଳି ଭାବେ ସଫେଇ ନାମରେ କିଛି କିଛି ସ୍ଥାନ ସଫେଇ କରାଯାଇ ଅନେକ ସ୍ଥାନ ଛଡା ଯାଇ ଟଙ୍କା ହଡ଼ପ କରାଯିବା ପାଇଁ ପ୍ରୟାସ ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଯୁଡ଼ାବାଡ଼ି ଡ୍ରେନ ସଫା ନହେବା ଫଳରେ ପ୍ଲାଷ୍ଟିକ ବୋତଲ ଠାରୁ ଆରମ୍ଭ କରି ପଲିଥିନ ଓ ଅନ୍ୟାନ୍ୟ ଅଳିଆ ଜମି ରହିଥିବା ଯୋଗୁଁ ଦୁର୍ଗନ୍ଧ ହେବା ସହ ମଶା ବଂଶ ବୃଦ୍ଧି ପାଉଛି । ଫଳରେ ସାହିରେ ମଶାଙ୍କ ପ୍ରଦୃଭାବ ବଢୁଥିବା ଯୋଗୁଁ ଘରେ ହେଉ ଅବା ଘର ବାହାରେ ବସିବା ଅବା ଶୋଇବା ସମ୍ଭବପର ହେଉନାହିଁ । ଏଣୁ ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଜୁଡ଼ାବାଡ଼ି ସାହି ଡ୍ରେନ ସମେତ ଅଳିଆ ଜମି ରହିଥିବା ସ୍ଥାନକୁ ସଫେଇ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.