ହରିଚନ୍ଦନପୁର : ହରିଚନ୍ଦନପୁର -ରେବଣାପଳାଶପାଳ ରାସ୍ତାର ସିଂହବିଲ୍ଲା ଛକ ନିକଟସ୍ଥ ଟସର ସୋସାଇଟି ନିକଟରେ ଦୁର୍ଘଟଣା। ଆଜି ମଧ୍ୟାହ୍ନରେ ଅଟୋ ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ମାନେ ହେଲେ ଭୋକାର ଖେରେସି ମୁଣ୍ଡା, ବୁଦ୍ଧିରାମ ମୁଣ୍ଡା, ଅର୍ଜ୍ଜୁନ ମୁଣ୍ଡା, ଜିଙ୍ଗି ମୁଣ୍ଡା, ବନବୀରର ବାବନ ମୁଣ୍ଡା, ପଦ୍ମିନୀ ମୁଣ୍ଡା,  ରେବଣାପଳାଶପାଳର ବିତାଲ ଦେହୁରୀ,  ସୁବାଷ ଦେହୁରୀ, ସୁଶାନ୍ତ ଦେହୁରୀ, ତାଳଡିହିର ଚନ୍ଦ୍ରମଣୀ ମୁଣ୍ଡା । 

ମିଳିଥିବା ସୂଚନା ଅନୁସାରେ , ଅଟୋ ନଂ ଓଡି-୦୯-ଏଡି-୩୬୯୪ ସହ ବାଇକ ନଂ ଓଡି-୦୯-ୱାଇ-୫୨୩୮ ସିଂହବିଲ୍ଲା ନିକଟସ୍ଥ ଟସର ସୋସାଇଟି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସେଠାରେ ଅଟୋଟି ଓଲଟି ପଡିଥିବା ବେଳେ ବାଇକଟି ଦୁର୍ଘଟଣା ଗସ୍ତ ହୋଇଥିଲା । ଫଳରେ ବାଇକ ଏବଂ ଅଟୋରେ ବସିଥିବା ସମସ୍ତେ ରାସ୍ତାକୁ ଖସି ପଡିଥିଲେ। 

ଖବର ପାଇ ହରିଚନ୍ଦନପୁର ଅଗ୍ନିଶମ ବାହିନୀର ମୁଖ୍ୟ ଆଗ୍ନିକ ପ୍ରକାଶ କୁମାର ବଳଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀର କର୍ମଚାରୀ, ଆମ୍ବୁଲାନ୍ସ,, ହରିଚନ୍ଦନପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ହରିଚନ୍ଦନପୁର ପୁଲିସ ଦୁର୍ଘଟଣା ଗସ୍ତ ବାଇକ ଏବଂ ଅଟୋକୁ ଜବତ କରି ଥାନା ପରିସରକୁ ଆଣିବା ସହ ତଦନ୍ତ ଜାରି ରଖିଛି।