ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଘଟଣା, ଆଉ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

Published By : Anindita Ratha | October 24, 2024 9:40 AM

ନୂଆଦିଲ୍ଲୀ,୨୪/୧୦: ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଘଟଣା। ଏନେଇ ଦିନକୁ ଦିନ ଗିରଫଦାରୀ ସଂଖ୍ୟା ବଢ଼ି ଚାଲଇଥିବା ବେଳେ ହତ୍ୟାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ତେବେ ଏହି ମାମଲାରେ ପୋଲିସ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ଆଉ ତିନି ଜଣଙ୍କୁ ବାନ୍ଧିଛି ପୋଲିସ ।

ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ମୁମ୍ବାଇ ପୋଲିସ ପୁଣେରୁ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ପୁଣେର ବାସିନ୍ଦା ହୋଇଥିବା ବେଳେ ସେମାନଙ୍କ ନାଁ  ରାଜେନ୍ଦ୍ର ମୋହୋଲ , କରଣ ରାହୁଲ ସାଲଭେ  ଏବଂ ଶିବମ ଅରବିନ୍ଦ କୋହାଡ ବୋଲି ଜଣାପଡିଛି । ତେବେ ଏମାନଙ୍କୁ ଗିରଫ କରାଯାଇ ପଚରାଉଚରା ଚାଲିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏହି ଗିରଫଦାରୀକୁ ମିଶାଇ ବାବା ସିଦ୍ଦିକି ହତ୍ୟାମାମଲରେ ମୋଟ ୧୪ ଜଣଙ୍କୁ ପୁଲିସ ଗିରଫ କରିସାରିଲାଣି। ଅକ୍ଟୋବର ୧୨ରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସିଦ୍ଦିକିଙ୍କୁ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ଗୁଳି ମାଡ଼ କରି ହତ୍ୟା କରାଯାଇଥିଲା। ତେବେ କାହିଁକି ତାଙ୍କୁ ହତ୍ୟା କରାଗଲା ବର୍ତ୍ତମାନ ଯାଏଁ ଏହାର ପ୍ରକୃତ କାରଣ ଜଣାପଡି ନାହିଁ । ଏନଇ ପୋଲିସ ଭିନ୍ନ ଭିନ୍ନ ଏଙ୍ଗେଲକୁ ନେଇ ମାମଲାର ଯାଞ୍ଚ କରୁଛନ୍ତି। ପୋଲିସ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ସନ୍ଦିଗ୍ଧ ଶୁଟର୍‌ ଧର୍ମରାଜ କଶ୍ୟପ ଓ ଗୁରମେଲ ସିଂହ ସମେତ ୧୧ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଶୁଟର୍‌ ଶିବକୁମାର ଗୌତମ ଓ ଦୁଇ ଜଣ ଷଡ଼ଯନ୍ତ୍ରକାରୀ ଏବେ ବି ଫେରାର ଥିବା ସୂଚନା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.