ଭୁବନେଶ୍ୱର ୦୪/୦୬:  ୬ ସପ୍ତାହରେ ପହଞ୍ଚିଥିବା ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ପ୍ରତି ଦର୍ଶକଙ୍କ ଭଲପାଇବା ଆହୁରି ବଢ଼ିବାରେ ଲାଗିଛି । ତେବେ ରଜରେ ବି ରାଜ୍ କରିବ ‘ମନ୍ତ୍ରମୁଗ୍ଧ’ ବୋଲି ଦର୍ଶକ କହୁଥିଲେ । ଯାହା ସତ ହେବାକୁ ଯାଉଛି । ଅନୁପମ ପଟ୍ଟନାୟକଙ୍କ ନିଆରା ପରିକଳ୍ପନାରେ ନିର୍ଦ୍ଦେଶିତ ‘ମନ୍ତ୍ରମୁଗ୍ଧ’ ୫ ସପ୍ତାହ ଅତିକ୍ରମ କରିସାରିଛି । ରାଜ୍ୟ ବାହାରେ ମଧ୍ୟ ଦର୍ଶକଙ୍କ ଭଲପାଇବା ସାଉଁଟିବାରେ ସଫଳ ହେବା ସହ ଭଲ ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି ।

ସୂଚନା ମୁତାବକ ୪ ସପ୍ତାହ ପରେ ୪ କୋଟିରୁ ଅଧିକ ରୋଜଗାର କରିଛି ଫିଲ୍ମ । ଏବେ ଷଷ୍ଠ ସପ୍ତାହରେ ପ୍ରବେଶ କରିଥିବା ବେଳେ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ୁଥିବା ଦେଖିବାକୁ ମିଳିଛି । ଫିଲ୍ମର ସଫଳତାକୁ ନେଇ ଅଭିନେତା ସନୋଜ, ସାର୍ଥକ, ମନ୍ମୟ, ଦୀପନ୍ୱିତ, ଭୂମିକା, ନିଶାନ୍ତ ଏବଂ ପ୍ରଯୋଜିକା ବର୍ଷା ପଟ୍ଟନାୟକ ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସମେତ ପୂରା ଟିମ୍ ଉତ୍ସବ ପାଳିଛନ୍ତି । ସାମାଜିକ ଗଣମାଧ୍ୟମରେ ଦର୍ଶକମାନେ ଫିଲ୍ମକୁ ଭରପୂର ପ୍ରଶଂସା କରିଛନ୍ତି । ଦର୍ଶକ ଫିଲ୍ମକୁ ସୁପର୍ ଡୁପର୍ ହିଟ୍ ବୋଲି କହୁଥିବା ବେଳେ ଆଉ କେହି ଏହାକୁ ବର୍ଷର ସବୁଠୁ ମନୋରଞ୍ଜନ ଯୋଗାଉଥିବା ଓଡ଼ିଆ ଫିଲ୍ମ ବୋଲି ମତ ଦେଇଛନ୍ତି । ରଜରେ ଅନ୍ୟ ସିନେମା ସହ ଦର୍ଶକ ‘ମନ୍ତ୍ରମୁଗ୍ଧ’ରେ ମୁଗ୍ଧ ହେବାର ସୁଯୋଗ ପାଇବେ ବୋଲି ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।

 

ଅଧିକ ପଢ଼ନ୍ତୁ :-  ରଜରେ ଧମାକା କରିବେ ଅନୁଭବ, ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ରେ "ଆମେ ବାଳୁଙ୍ଗା ଟୋକା' ଗୀତ