ମୁମ୍ବାଇ,୦୮/୧୧: ବରିଷ୍ଠ NCPନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାରେ ମୁମ୍ବାଇ ପୋଲିସକୁ ସଫଳତା ଆଉ ଜଣେ ସୁଟରକୁ ଗିରଫ କରଛି ମୁମ୍ବାଇ କ୍ରାଇମବ୍ରା଼ଞ୍ଚ। ଗିରଫ ଜଣକ ଗୌରବ ବିଳାସ ଅପୁନେ ବୋଲି ଜଣାପଡିଛି ।
ତଦନ୍ତ ବେଳେ ମୁମ୍ବାଇ କ୍ରାଇମବ୍ରାଞ୍ଚ କହିଛି କି, ଗୌରବ ବିଳାସ ଯିଏକି ବାବା ସିଦ୍ଦିକି ହତ୍ୟା ଘଟଣାରେ ପ୍ଲାନ 'ବି'ରେ ରହିଥିଲା । ଗୁଳି ଚାଳନା ଅଭ୍ୟାସ କରିବାକୁ ଝାଡଖଣ୍ଡରୁ ମୁମ୍ବାଇ ଯାଇଥିଲା । ପ୍ଲାନ 'ଏ' ର ବ୍ୟାକଅପ ଥିଲା ପ୍ଲାନ 'ବି' ବୋଲି ପଚରାଉଚରା ବେଳେ କହିଛି ଗୌରବ ବିଳାସ । ତେବେ କେଉଁ ସ୍ଥାନରେ ଗୁଳି ଚାଳନା ଅଭ୍ୟାସ ହେଉଥିଲା ତାର ତଦନ୍ତ ଚାଲିଛି ।ପୂର୍ବରୁ ଏହି ହତ୍ୟା ଘଟଣାରେ ରୁପେଶ ମୋହଳ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲା । ଉଭୟ ଗୌରବ ଓ ରୁପେଶକୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶୁଭମ ଲୋଙ୍କାର ଜୁଲାଇ ୨୮ ତାରିଖରେ ଝାଡଖଣ୍ଡକୁ ପଠାଇଥିବା ତଦନ୍ତରେ ଜଣାପଡିଛି ।
ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ NCPନେତା ବାବା ସିଦ୍ଦିକିଙ୍କ ଉପରକୁ ଗୁଳି ଚଳାଇଥିଲେ ଅଜଣା ଦୁର୍ବୃତ୍ତ। ୨ ରୁ ୩ ରାଉଣ୍ଡ ଗୁଳି ବାଜିଥିଲା । ଏହି ହତ୍ୟାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ହାତ ଥିବା ଦାବି କରାଯାଉଛି। ତେବେ କାହିଁକି ତାଙ୍କୁ ହତ୍ୟା କରାଗଲା ଏହା ପଛରେ କାହାର ହାତ ରହିଛି ତାକୁ ନେଇ ତଦନ୍ତ ଚାଲିଛି।