ଭୁବନେଶ୍ବର, ୨୬/୧ : ଆରମ୍ଭ ହୋଇ ଯାଇଛି ଖଣ୍ଡଗିରି ମାଘମେଳା । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବାବାମାନେ ଏଠାକୁ ଆସିଥିବାବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିବାରେ ଲାଗିଛି । ତେବେ ଚଳିତବର୍ଷ ଖଣ୍ଡଗିରି ମେଳାକୁ ଆସିଛନ୍ତି ସ୍ବାମୀ ଆନନ୍ଦରାଜା । ଇନ୍ଦ୍ରିୟ ଦମନ କରି କୁଣ୍ଡଳିନୀ ଜାଗ୍ରତ କରିବା ପାଇଁ ସମ୍ଭାବି ମୁଦ୍ରା କରୁଛନ୍ତି ବାବା । ଚିନ୍ତା ଶୂନ୍ୟ ଓ ନିଃଶ୍ୱାସ ପ୍ରଶ୍ବାସ ବିହୀନ ହୋଇ ଇନ୍ଦ୍ରିୟକୁ ବସିକରଣ କିପରି କରିବା ସେନେଇ ଦେଉଛନ୍ତି ବାର୍ତ୍ତା । ତେବେ ସେ ଳୋକପ୍ରିୟ ନୁହେଁ ବରଂ ନିଜ ଜୀବାତ୍ମାକୁ ଜାଗ୍ରତ ପାଇଁ ନିଜେ ପ୍ରୟାସ କରୁଛନ୍ତି ଓ କରାଉଛନ୍ତି । ତାଙ୍କ ବୟସ ୬୦ ହୋଇଥିବାବେଳେ ସେ ଗୃହସ୍ଥ ଜୀବନ କାଟୁଛନ୍ତି । ତେବେ ସେ କଣ କହୁଛନ୍ତି ୟୁଟ୍ୟୁବ ଲିଙ୍କରେ କ୍ଲିକ୍ କରି ଦେଖନ୍ତୁ ଭିଡିଓ ।