ଚନ୍ଦନେଶ୍ୱର,୧୭/୦୬: ପ୍ରତିକୂଳ ପାଗ ପାଇଁ  ୧୭ରୁ ୧୯ତାରିଖ ୩ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ  କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ  ମତ୍ସ୍ୟବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଥିବା  କଥା ଚନ୍ଦନେଶ୍ୱର ସହକାରୀ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ  ସମ୍ପ୍ରସାରଣ) ଅନନ୍ତ କୁମାର ଜେନା ଏହି ସୂଚନା  ଦେଇଛନ୍ତି । 


ବିବରଣୀରୁ ପ୍ରକାଶ, ୨ମାସର କଟକଣା  ହଟିବାର ୨ଦିନ ନବିତୁଣୁ ପୁଣି ସମୁଦ୍ରରୁ ମାଛ ଧରାକୁ  ନେଇ ବାରଣ । ଭାରତୀୟ ପାଣିପାଗ ବିଭାଗର ସୂଚନା  ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ୍ରମେ  ସମସ୍ତ ଡଙ୍ଗା ମାଲିକ, ମତ୍ସ୍ୟଜୀବୀ କମିଟିର କର୍ମକର୍ତ୍ତାଙ୍କୁ  ଏହି ସୂଚନା ଦିଆଯାଇଛି। ଏହି ଅବସରରେ ସୋମବାର  ଭୋଗରାଇର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦୟପୁର,  ତାଳସାରୀ, ରଣସିଂହପୁର ଓ କୀର୍ତ୍ତନିଆରେ ଡାକବାଜି  ଯନ୍ତ୍ର ସାହାର୍ଯ୍ୟରେ ଏହି ସତର୍କ ସୂଚନା ଦିଆଯାଇଛି ।