ମୁମ୍ବାଇ, ୫/୩: କୁହାଯାଏ ପୁତ୍ ନାମକ ନର୍କରୁ ଉଦ୍ଧାର ପାଇଁ ସବୁ ବାପା ମାଆ ପୁଅଟିଏ ଜନ୍ମ କରନ୍ତି । ଶେଷ ସମୟରେ ମୋ ପୁଅ ସାହାର ହେବ ଏମିତି ଅନେକ ଇଛା ସବୁ ବାପା ମାଆ ରଖନ୍ତି । କିନ୍ତୁ ସେହି ପୁଅ ମାରିବା ପାଇଁ କେମିତି ଯେ ଚିନ୍ତା କରିପାରେ ତାହା ଭାବିବା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । କିନ୍ତୁ ଜଣେ ପୁଅ ସାଧାରଣ ମେସେଜ୍ ଟିଏ ମାଆ ଡିଲେଟ୍ କରିଦେଲେ ବୋଲି ମାଆଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଖବର ମହାରାଷ୍ଟ୍ରର ଥାଣେରୁ ଆସିଛି ।
ପୁଲିସ ସୂତ୍ର ଅନୁସାରେ ଏହି ଘଟଣା ମାର୍ଚ୍ଚ ୨ ତାରିଖରେ ଘଟିଥିଲା । ୩୬ ବର୍ଷୀୟ ଯୁବକ ମିଲିନ୍ଦଙ୍କ ଏକ ମେସେଜକୁ ଭୁଲରେ ତାଙ୍କ ମାଆ ଡିଲେଟ୍ କରି ଦେଇଥିଲେ । ଯେଉଁ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ତିବ୍ର ହୋଇଥିଲା । ଆଉ ପୁଅ ଜଣଙ୍କ ମାଆଙ୍କ ଗଳାକାଟି ହତ୍ୟା କରିବା ଉଦ୍ୟମ କରିଥିଲେ । ମାତ୍ର ତାଙ୍କ ମାଆ ଚାଲାକ୍ କରି ଖସି ଆସିଥିଲେ । ଏନେଇ ପୁଲିସ ଆଗରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତ ପୁଅ ଫେରାର ଅଛି । ପୁଲିସକୁ ଖୋଜୁଥିବାବେଳେ ଖୁବଶୀଘ୍ର ଗିରଫ କରାଯିବ ବୋଲି କୁହାଯାଇଛି । ତେବେ ପୁଅର ଏଭଳି ଅମାନବୀୟ କାଣ୍ଡ ସମ୍ପର୍କରେ ଯେକେହି ବି ଶୁଣୁଛି ସେ ନିନ୍ଦା କରୁଛି ।
ଏହାସହ ପଢ଼ନ୍ତୁ : ପ୍ରେମିକ ସହ ରହୁଥିଲା ସ୍ତ୍ରୀ, ମାରିଦେଲା ସ୍ବାମୀ