ନୂଆଦିଲ୍ଲୀ, ୫/୩ : ହୋଲିରେ ଖେଳିଲେ ରକ୍ତର ହୋଲି । ସ୍ତ୍ରୀକୁ ମାରିଦେଲା ସ୍ବାମୀ । ମୁହଁରେ ମୁଖା ପିନ୍ଧି ଆସିଲେ, ସ୍ତ୍ରୀକୁ ମାରିଦେଲେ । ସ୍ତ୍ରୀଙ୍କ ପ୍ରେମିକ ସହ ହେଲା ରକ୍ତାକ୍ତ ସଂଘର୍ଷ । ଉଭୟ ହେଲେ କ୍ଷକ୍ତାକ୍ତ । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ଖବର । ପୁଲିସ ମୃତ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ଉଭୟ ସ୍ବାମୀ ଏବଂ ତାଙ୍କ ପ୍ରେମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ଖବର ଅନୁସାରେ, ମୃତ ମହିଳା ଜଣକ ହେଲେ ଆରତୀ । ସେ ସ୍ବାମୀଙ୍କ ସହ ଛାଡ଼ପତ୍ର ହେବା ପରେ ପ୍ରେମିକଙ୍କ ସହ ରହୁଥିଲେ । ବୁଧବାର ହୋଲି ଖେଳାଯାଉଥିବା ଥିଲା । ସମସ୍ତେ ହସ ଖୁସିରେ ଏହି ଆନନ୍ଦର ପର୍ବକୁ ମନାଉଥିଲେ । ତେବେ ଏହି ସମୟରେ ତାଙ୍କ ସ୍ବାମୀ ମୁଖା ପିନ୍ଧି ପହଞ୍ଚିଥିଲେ । କେହି କିଛି ଭାବିବା ପୂର୍ବରୁ ସେ ଆକ୍ରମଣ କରିଥିଲେ । ତେବେ ସେ ଚିତ୍କାର କରିଥିବାବେଳେ ପ୍ରେମିକ ଧାଇଁ ଆସିଥିଲେ । ସେ ଏହାକୁ ପ୍ରତିବାଦ କରିଥିବାବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ମାଡ଼ଗୋଳ ମଧ୍ୟ ହୋଇଥିଲା । ପଡ଼ୋଶୀ ପୁଲିସକୁ ଖବର ଦେଇଥିବାବେଳେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।
କହି ରଖୁଛୁ କି, ଆରତୀଙ୍କ ମନମୋହନ ପାଣ୍ଡେଙ୍କ ସହ ବିବାହ ହୋଇଥିଲା । ସେମାନଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । ଉଭୟଙ୍କ ମଧ୍ୟରେ ପ୍ରଥମେ ଭଲ ସମ୍ପର୍କ ରହିଥିଲା । ମାତ୍ର ପରେ ସେମାନଙ୍କ ମଧ୍ୟରେ କଳହ ହେବା ପରେ ଛାଡ଼ପତ୍ର ହୋଇଥିଲା । ୪-୫ ମାସ ହେବ ସେ ପ୍ରେମିକଙ୍କ ସହ ଅଲଗା ରହୁଥିଲେ । ହୋଲିରେ ରାଗରେ ସକାଳୁ ଯାଇ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିଲେ ମନମୋହନ ।
ଏହାସହ ପଢ଼ନ୍ତୁ : ଭାରତରେ ଫସି ରହିଛି ଓ୍ବେଷ୍ଟଇଣ୍ଡିଜ୍ ଟିମ୍, ସୋସିଆଲ ମିଡିଆରେ ଏମିତି ଲେଖିଲେ ସାମି