ନୂଆଦିଲ୍ଲୀ,୦୭/୦୧: ଭାରତୀୟ ଆଥଲେଟିକ୍‌ ଫେଡେରେସନ (ଏଏଫ୍‌ଆଇ)ର କାର୍ଯ୍ୟକର୍ତ୍ତା ପରିବର୍ତ୍ତନ ହୋଇଛନ୍ତି । ବାହାଦୂର ସିଂହ ସାଗୋଙ୍କୁ ଗୁରୁ ଦାୟିତ୍ବ ମିଳିଛି । ପୂର୍ବତନ ସଟ ଫୁଟ୍ ଖେଳାଳି ତଥା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ବାହାଦୂର ସିଂହ ସାଗୋ ଇଣ୍ଡିଆନ ଆଥଲେଟିକ୍ସ ସଂଘର (ଏଏଫଆଇ) ସଭାପତି ନିଯୁକ୍ତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ୪ ବର୍ଷ ରହିବ । ଅଦିଲ ସୁମାରିୱାଲଙ୍କ ସ୍ଥାନରେ ନୂଆ ସଭାପତି ହୋଇଛନ୍ତି ।

୫୧ ବର୍ଷୀୟ ପଦ୍ମଶ୍ରୀ ବାହାଦୂର ସିଂହ ସାଗୋ ୨୦୦୨ ବୁସାନ ଏସିଆନ ଗେମ୍ସରେ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ଅଦିଲ ସୁମାରିୱାଲଙ୍କ ସ୍ଥାନରେ ଏଏଫଆଇ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ସୁମିରୱାଲା ୨୦୧୨ରୁ ଏହି ଦାୟିତ୍ବରେ ଥିଲେ । ନୂଆ ଅଧ୍ୟକ୍ଷ ନିଯୁକ୍ତ ନିଷ୍ପତ୍ତି ଚଣ୍ଡିଗଡରେ ବସିଥିବା ଏଏଫଆଇ ବାର୍ଷିକ ସାଧାରଣ ବୈଠକରେ ସ୍ଥିର ହୋଇଛି । ବରିଷ୍ଠ ସଭାପତି  ଅଞ୍ଜୁ ବବି ଜର୍ଜ ସଭାପତି ରେସରୁ ଓହରି ଯିବାରୁ ବାହାଦୂର ସିଂହ ସାଗୋ ନିନ୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ ।

୨୦୦୨ ବୁସାନ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ବାହାଦୂର ସିଂହ ସାଗୋ । ୨୦୦୦ ଓ ୨୦୦୪ ଅଲିମ୍ପକ୍ସ ମଧ୍ୟ ଖେଳିଥିଲେ । ୨୦୦୪ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିଲେ । ଏଏଫଆଇରେ ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ୪ ବର୍ଷ ରହିବ । ବର୍ତ୍ତମାନ ସେ ଏଏଫଆଇ ଆଥଲେଟିକ୍ସ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ।  ଶ୍ରୀନିବାସ ବରିଷ୍ଠ ଯୁଗ୍ମସମ୍ପାଦକ ହୋଇଛନ୍ତି । ରଚିତା ପଣ୍ଡା ମିସ୍ତ୍ରୀ କାର୍ଯ୍ୟକାରିଣୀ ପରିଷଦର ସଦସ୍ୟା ହୋଇଛନ୍ତି ।