ନମୋ ବାମନ ରୂପାୟ ବଳି ଧ୍ଵଂସ ବିନୋଦିନେ।
ତ୍ରିବିକ୍ରମାୟ ତେ ନିତ୍ୟଂ ନମ ତସ୍ମୈ ନମୋ ନମଃ।।
” ଜଗତ ଯାହାର ଚରଣ ତଳରେ
ହାତ ପତାଇଣ ମଗାନ୍ତି ଭିକ
ଗଡୁ, ଛତା, କୁଶବଟୁ ଘେନି ହସ୍ତେ
ଭିକ୍ଷା ମାଗିବାକୁ ଯାଆନ୍ତି ଦେଖ ।”
ପୁରୀ ୫/୯ : ଜଗତ ଯାହାର ଚରଣାରବିନ୍ଦରେ ହାତ ପତାଇ ଭିକ ମାଗେ ସେ ନିଜେ ଭବତୀ ଭିକ୍ଷାମ୍ ଦେହି ଉଚ୍ଚରଣ ପୂର୍ବକ ବଳିକୁ ମାଗିଥିଲେ ଭିକ୍ଷା। ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ମହାବିଷ୍ଣୁ । ଏହି ବିଷ୍ଣୁ ତାହାଙ୍କର ପଞ୍ଚମ ଅବତାରରେ ବାମନ ରୂପେ ଆବିର୍ଭୂତ ହୋଇଥିଲେ ।
“ଛଳୟସି ବିକ୍ରମଣେ ବଳିମଦଭୁତବାମନ,
ପଦନଖନୀରଜନିତଜନପାବନ ।
କେଶବ ! ଧୃତ ବାମନ ରୂପ, ଜୟ ଜଗଦୀଶ ହରେ । "
ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାବନ ବେଶ ଶହ ଶହ ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି । ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥିରେ ମହାପ୍ରଭୁ ଶ୍ରୀ ବାମନ ରୁପରେ ଜନ୍ମ ନେବାପରେ ତାପର ଦିନ ଭାଦ୍ରବ ଶୁକ୍ଲ ତ୍ରୟୋଦଶୀ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏକ ମନୋମୁଗ୍ଧକର ବାମନ ରୂପୀ ବାଳକ ବେଶରେ ସଜ୍ଜିତ କରାଯାଇଥାଏ । ଆଜି ଦେବୀ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ର ସ୍ୱର୍ଣ୍ଣ ବେଶରେ ସଜ୍ଜିତ ହୋଇଥାନ୍ତି । ଅଗ୍ରଜ ଶ୍ରୀ ବଳଭଦ୍ର ଦେବ କାମପାଳ ବଳୀରାଜା ବେଶରେ ଶ୍ରୀ ହସ୍ତରେ ଧନୁ ଓ ଶର ଧାରଣ କରିଥାନ୍ତି ।
ମଧ୍ୟାହ୍ନ ଧୂପ ପୂଜା ବଢିବାପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବଳି ବାମନ ବେଶ ଧାରଣ କରିଥାନ୍ତି। ଏହି ଦିନ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଶ୍ରୀଭୁଜ, ଶ୍ରୀ ପୟର ଓ ସ୍ୱର୍ଣ୍ଣ କିରୀଟରେ ଆଭୂଷିତ ହୋଇଥାନ୍ତି । ମଥାରେ ଜୁଡା ଯୁକ୍ତ କେଶର ରୂପ ସୃଷ୍ଟି ପାଇଁ ଦରଜି ଦେଇଥିବା କଳା କନାର ଗୋଟିଏ ମଥା ବରଣ ବ୍ୟବହୃତ ହୁଏ । ସେହି କଳା କନାର ସମ୍ମୁଖ ପଟେ ଧଳା କନା ସିଲେଇ କିଛି ଧଳା ଗାର ସୃଷ୍ଟି ହୋଇଥାଏ । ଏହା ଭସ୍ମରେଖା ବା ତିଳକର ପ୍ରତୀକ ରୂପେ ଗୃହୀତ ହୁଏ । ଏକ କିରୀଟ ମସ୍ତକ ଉପରେ ଶୋଭା ପାଇ ଥାଏ ନାଗପୁରୀ ଜୁକ୍ତ ଧଳା ଦେହରେ କଳା ରଙ୍ଗର ଧଡି ଜୁକ୍ତ ଲୁଗା କୁ ଅତିଭ ଭାବରେ ଦୋକଛା ମରାହୋଇ ପିନ୍ଧିଥାନ୍ତି ମହାପ୍ରଭୁ । ଏହି ବେଶରେ ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଏକ ଛତ୍ରୀ ଓ ଡାହାଣ ହସ୍ତରେ କୁଶଯୁକ୍ତ ରୂପାର ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ମହାପ୍ରଭୁଙ୍କୁ ଭୂଷିତ କରାଯାଇଥାଏ । ସତ୍ୟ ଯୁଗ ରେ ଯେଉଁପରି ଭାବରେ ବାମନ ଆବିର୍ଭାବ ହୋଇଥିଲେ ମାହାପ୍ରଭୁଙ୍କୁ ଠିକ ସେହିପରି ଭାବରେ ବେଶ ଲାଗି କାରାଯାଇଥାଏ । ଏହାକୁ ବଳିବାମନ ବେଶ ବୋଲି କୁହାଜାଏ । ବାମନ ବେଶ ରେ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଅଳଙ୍କାର ସବୁ ଲାଗିକାରାଯାଏ ସ୍ବର୍ଣ୍ଣ ର ଶ୍ରୀ ପୟର, କିରିଟ, ଶ୍ରୀ ଭୁଜ, ଆଡକାନୀ, ସୂର୍ଯ୍ୟ, ଚନ୍ଦ୍ର, ଘାଗଡା ମାଳି, ବାହାଡା ମାଳି, ତାବିଜ ମାଳି, କଦମ୍ବ ମାଳି, ହରିଡା ମାଳି, ସେବତୀ ମାଳି, ଚନ୍ଦ୍ରିକା, ତିଳକ ଶ୍ରିମୁଖ ପଦ୍ମ, ଅଳକା, ତଡକି, କୁଣ୍ଡଳ ଏବଂ ଓଡିଆଣି ଏ ସମସ୍ତ ସ୍ବର୍ଣ୍ଣ ଅଳଙ୍କାରରେ ଠାକୁରଙ୍କୁ ସଜେଇଦିଆଯାଏ ଏବଂ ଅତିବ ଚିତା କର୍ଷକ ବଳିବାମନ ବେଶ ରେ ସଜ୍ଜିତ ହୋଇଥାନ୍ତି ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିଥାଏ ।
କୁହାଯାଏ ଏହି ବଳିବାମନ ବେଶର ପ୍ରବର୍ତ୍ତକ ହେଉଛନ୍ତି କଳିଙ୍ଗ ବ୍ରାହ୍ମଣ ସମ୍ମାଜ ।ଏକାଦଶ ଶତାଦ୍ଦି ରେ ଏହି ବେଶ ଆରମ୍ପ ହୋଇଥିଲା ବୋଲି କୁହାଯାଏ । ବାମନ ବେଶରେ ଶ୍ରୀଜୀଉଙ୍କୁ ଲାଗି କରାଯାଉଥିବା ସ୍ବର୍ଣ୍ଣ ଅଳଙ୍କାର ଇତ୍ୟାଦି ବେଶ ଦିନ ପୂର୍ବରୁ ରତ୍ନଭଣ୍ଡାରରୁ କଢାଯାଇ ଭଣ୍ଡାର ମେକାପ ସେବକଙ୍କ ତତ୍ତ୍ଵବଧାନରେ ରହିଥାଏ ।
“ ରଥେତ୍ୱଂ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ “
ଶ୍ରୀଜଗନ୍ନାଥ ବାମନ ଭାବେ ପରିଚିତ । ଜଗନ୍ନାଥଙ୍କର ହସ୍ତପଦ ବିହୀନ ଅବୟବକୁ ଦର୍ଶନ କଲେ ସେ ସ୍ୱତଃ ବାମନ ଭଳି ଦେଖାଯାନ୍ତି । ବିଶେଷ କରି ରଥ ଯାତ୍ରା ସମୟରେ ତାଙ୍କୁ ବାମନ ଭାବରେ ବର୍ଣ୍ଣନା କରାଯାଇ କୁହାଯାଇଛି ।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳି ବାମନ ବେଶକୁ ଦେଖି ତତ୍କାଳୀନ ଗଜପତି ଶ୍ରୀ ବୀର କିଶୋର ଦେବ ଲେଖିଥିଲେ :
” ଜଗତ ଯାହାର ଚରଣ ତଳରେ
ହାତ ପତାଇଣ ମଗାନ୍ତି ଭିକ
ଗଡୁ, ଛତା, କୁଶବଟୁ ଘେନି ହସ୍ତେ
ଭିକ୍ଷା ମାଗିବାକୁ ଯାଆନ୍ତି ଦେଖ ।”
ବଟୁକୁଶଧରି ବଟୁବେଶେ ହରି
ବଳି ବାଲିଙ୍ଗି ଭାଙ୍ଗିଲ
ବଳବନ୍ତ ବୋଲି ବଟୁକ ବ୍ରାହ୍ମଣ
ବିକ୍ରମିକି ଭଣ୍ଡାଇଲ
ବାମନ ବେଶରେ ଗଲ
ବଳିଆର ଭୂଜ ବଳିକି ଛଳରେ
ବଳେ ପାଦେ ଚାପିଦେଲ ।।