ପ୍ରମୂଖ ଖବର
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

କଂଗ୍ରେସର ଓଡ଼ିଶା ବନ୍ଦ ପାଳନ : କଟକରେ ବନ୍ଦ ପ୍ରଭାବ, ଅଖ ଚକ ଜାମ୍

Published By : Rasmita Pradhan | July 17, 2025 10:55 AM

କଟକ, ୧୭/୦୭ : ବାଲେଶ୍ଵର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ କଂଗ୍ରେସ ଓ ବାମପନ୍ଥୀ ଦଳ ରାଜ୍ୟବ୍ୟାପୀ ବନ୍ଦ ପାଳନ କରୁଛି। କଟକରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡ଼ିଛି। ଗାଡ଼ି ଚଳାଚଳ ଠାରୁ ନେଇ ଦୋକାନ ବଜାର ସବୁ ବନ୍ଦ ରହିଛି। ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। ରାସ୍ତାରେ କାଁ ଭାଁ ଲାଇନ୍ ଟ୍ରକ୍ ଚାଲୁଛି। ବସ୍ ନଥିବାରୁ ଦୂରାନ୍ତରରୁ ଆସିଥିବା ଯାତ୍ରୀମାନେ ବସଷ୍ଟାଣ୍ଡରେ ଫସିଛନ୍ତି। 

ବନ୍ଦ ଡାକରା ଦେଇଥିବା ଦଳଗୁଡିକ ପକ୍ଷରୁ ମୁଖ୍ୟ ଛକ ଗୁଡିକରେ ଟାୟାର ଜାଳି ପ୍ରତିବାଦ କରାଯାଉଛି। ଆନ୍ଦୋଳନକାରୀମାନେ ସରକାର ବିରୋଧୀ ନାରା ଦେଇ ରାସ୍ତାରେ ଗର୍ଜୁଛନ୍ତି। ମଧୁପାଟଣା, ବାଦାମବାଡ଼ି, କଲେଜ ଛକ, ରାଣୀହାଟ, ବକ୍ସିବଜ଼ାର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପ୍ରତିବାଦ କରାଯାଉଛି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାୟ ୧୬ ପ୍ଲାଟୁନ ଫୋର୍ସ କଟକରେ ମୁତୟନ କରାଯାଇଛି। ସବୁ ଥାନା ଅଧିକାରୀ ଓ ତିନି ଜଣ ଏଡିସିପିଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ଖୋଦ ଡିସିପି ଖିଲାରି ଋଶିକେଷ ସହର ସାରା ବୁଲି ସ୍ଥିତି ନୀରିକ୍ଷଣ କରୁଛନ୍ତି। ସରକାରୀ କାର୍ଯ୍ୟଳୟଗୁଡିକରେ ଉପସ୍ଥାନ କମ୍ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.