ନୂଆଦିଲ୍ଲୀ,୧୯/୧୨: ଭଙ୍ଗାରୁଜା ସହ ପୋଡ଼ାଜଳା । ପଥରମାଡ ସହ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ବିକ୍ଷୋଭକାରୀ । ଯିଏ ଦେଖଛୁ ସେ କହୁଛି ବାଂଲାଦେଶରେ ଏ କଣ ଚାଲିଛି ?  ଦେଶରେ ହିଂସାର ନିଆଁ ଜଳୁଛି । ଢାକା ସମେତ ଅନେକ ସହରରେ ପୋଡ଼ାଜଳା, ଭଙ୍ଗାରୁଜା ଏବଂ ଆକ୍ରମଣ କରିଛନ୍ତି ପ୍ରଦର୍ଶନକାରୀ । ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧୀ ଉସମାନ ହାତୀଙ୍କ ହତ୍ୟା ପରେ ଜଳୁଛି ଭାରତର ପଡ଼ୋଶୀ ଦେଶ ବାଂଲାଦେଶ । ଏବେ ଆଶାନ୍ତ ବାଂଲାରେ ମୈମନସିଂ ଜିଲ୍ଲାରେ  ଜଣେ ହିନ୍ଦୁ ଯୁବକକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି  । ପ୍ରଥମେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଏହାପରେ ମୃତଦେହକୁ ଗଛରେ ଟଙ୍କି ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ । ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ  ପିଟି ପିଟି ହତ୍ୟା କରିଯାଇଛି ।​​​​​​​ ଘଟଣାକୁ ନିନ୍ଦା କରିବା ସହିତ ଉସମାନ ହାଦୀକୁ ସମ୍ମାନ କର ହିଂସା ନୁହେଁ ବୋଲି କହିଛନ୍ତି ବାଂଲାଦେଶ ଅନ୍ତରୀଣ ସରକାର ।

କପଡ଼ା କାରଖାନାରେ କାମ କରୁଥିଲେ ଦୀପୁ- ସୂଚନା ମୁତାବକ, ମୃତକ ଦୀପୁ ଚନ୍ଦ୍ର ଦାସ ଭାଲୁକା ଉପକଣ୍ଠ ଦୁବାଲିଆ ପାରା ଅଞ୍ଚଳରେ ଭଡ଼ାରେ ରହୁଥିଲେ । ଘର ଚଳାଇବା ପାଇଁ ସେ କପଡ଼ା କାରଖାନାରେ କାମ କରୁଥିଲେ । ଉତ୍ତ୍ୟକ୍ତ ଜନତା ଦୀପୁ ଚନ୍ଦ୍ରଙ୍କୁ ପିଟି ପିଟି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ଗଛରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ । 

​​​​​​​

'ଏପରି ହିଂସାର ସ୍ଥାନ ନାହିଁ'- ଅଶାନ୍ତ ବାଂଲାଦେଶରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବାଂଲା ଅନ୍ତରୀଣ ସରକାର ମହମ୍ମଦ ୟୁନୁଶ । ଘଟଣାକୁ ନିନ୍ଦା କରିବା ସହିତ ଏପରି ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି । ମୈମନସିଂରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାର ନିନ୍ଦା କରୁଛୁ । ଏହି ନୃଶଂସ ଅପରାଧରେ ସମ୍ପୃକ୍ତ କାହାକୁ ଛଡା ଯିବ ନାହିଁ ବୋଲି ଏକ ବିବୃତ୍ତିରେ କୁହାଯାଇଛି ।

କଣ ପୁରା ମାମଲା ? ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ କ୍ଷମତା ବିରୋଧରେ ଆନ୍ଦୋଳନରେ ପ୍ରମୁଖ ଭୂମିକା ତୁଲାଇଥିଲେ ଉସମାନ୍ ହାଦୀ । ୨୦୨୪ ଜୁଲାଇ- ଅଗଷ୍ଟ ବିଦ୍ରୋହରେ ପ୍ରମୁଖ ଭୂମିକା ତୁଲାଇଥିଲା ଉସମାନ୍ ହାଦୀ । ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଆବାମୀ ଲିଗ୍ ସରକାରଙ୍କ ପତନ କରାଇଥିଲା ।ଏହା ସହିତ ଭାରତ ବିରୋଧୀ ନାରାବାଜି ଦେଇଥିବା ଉସମାନ୍‌ ହାଦୀଙ୍କର ମୃତ୍ୟୁ ପରେ ଅଶାନ୍ତ ହୋଇଛି ବାଂଲାଦେଶ ।  ସିଙ୍ଗାପୁରରେ ଇନକିଲାବ୍ ମଞ୍ଚର ସଂଯୋଜକ ଶରିଫଙ୍କ ମୃତ୍ୟୁ ପରେ ଗୁରୁବାର ରାତିରୁ ଢାକାରେ ନିଆଁ ଜଳୁଛି । ବିରୋଧ ପ୍ରଦର୍ଶନ ସହିତ ହିଂସା ଦେଖିବାକୁ ମିଳିଛି । ଦେଶର ବଡ଼ ବାଂଲା ଖବରକାଗଜ 'ପ୍ରଥମ ଆଲୋ' ଏବଂ ଡେଲି ଷ୍ଟାର କାର‌୍ୟ୍ୟାଳୟରେ ଭାଙ୍ଗାରୁଜା ସହ ନିଆଁ ଲଗାଇ ଦିଆଯାଇଛି । ଏହାବ୍ୟତୀୟ ପ୍ରଦର୍ଶନକାରୀ ରାଜଶାହୀରେ ଆୱାମୀ ଲିଗ୍ ଅଫିସରେ ନିଆଁ ଲଗାଇ ଦେଇଛନ୍ତି । ଆଜି ସନ୍ଧ୍ୟାରେ ଉସମାନଙ୍କ ମୃତଦେହ ସିଙ୍ଗାପୁରରୁ ବାଂଲାଦେଶରେ ପହଞ୍ଚିବ । ଦେଶରେ ଅଶାନ୍ତି ଭିତରେ ଜଣେ ହିନ୍ଦୁ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି ।