ପ୍ରମୂଖ ଖବର
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବାଂଲାଦେଶରୁ ଆସିଲା ଖୁସି ଖବର, ଜେଲରୁ ମୁକ୍ତ ହେଲେ ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସ...

Published By : Ladu Kishor | April 30, 2025 4:19 PM

ନୂଆଦିଲ୍ଲୀ: ବାଂଲାଦେଶର ଏକ କୋର୍ଟ ଆଜି ଦେଶଦ୍ରୋହ ମାମଲାରେ ପୂର୍ବତନ ଇସ୍କନ ନେତା ଚିନ୍ମୟ କୃଷ୍ଣ ଦାସଙ୍କୁ ଜାମିନ ପ୍ରଦାନ କରିଛନ୍ତି। ବାଂଲାଦେଶରେ ଦେଶଦ୍ରୋହ ଅଭିଯୋଗରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରିଙ୍କୁ ଗିରଫ କରାଯାଇଥିଲା। କ୍ଷମତା ପରିବର୍ତ୍ତନ ପର ଠାରୁ ସେଠାରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ହୋଇଥିବା ହିଂସା ବିରୋଧରେ ଚିନ୍ମୟ ଏକ ପ୍ରମୁଖ ସ୍ୱର ଭାବରେ ଉଭା ହୋଇଥିଲେ। ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ପରେ,ତାଙ୍କ ଅନୁଗାମୀ ମାନେ ରାସ୍ତାକୁ ଓହ୍ଲାଇଥିଲେ। ଭାରତ ମଧ୍ୟ ଏହି ପ୍ରସଙ୍ଗରେ ବାଂଲାଦେଶର ସଂଖ୍ୟାଲଘୁଙ୍କ ପାଇଁ ଚିନ୍ତା ପ୍ରକାଶ କରିଥିଲା।

ଚିନ୍ମୟ କୃଷ୍ଣ ଦାସ ସନାତନ ଜାଗରଣ ମଞ୍ଚର ମୁଖପାତ୍ର ଏବଂ ଚିଟାଗଙ୍ଗ ଇସ୍କନର ନେତା । ଇସ୍କନ୍ ଚିଟ୍ଟାଗଙ୍ଗ ପ୍ରକାଶ କରିଛି ଯେ ୩୭ ବର୍ଷୀୟ ଚିନ୍ମୟ କୃଷ୍ଣ ଚିଟ୍ଟାଗଙ୍ଗର ସାତକାନିଆ ଉପ-ଜିଲ୍ଲାର। ସେ ତାଙ୍କର ଧାର୍ମିକ ଭାଷଣ ପାଇଁ ଜଣାଶୁଣା । ଏହି ଭାଷଣ ଗୁଡ଼ିକ ଯୋଗୁଁ, ସେ କମ୍ ବୟସରେ ଜଣେ ଧାର୍ମିକ ପ୍ରଚାରକ ଭାବରେ ପରିଚିତ ହୋଇଛନ୍ତି । ଚିନ୍ମୟ କୃଷ୍ଣ ଦାସ ୨୦୧୬ ରୁ ୨୦୨୨ ପର୍ଯ୍ୟନ୍ତ ଇସ୍କନର ଚିଟ୍ଟାଗଙ୍ଗ ମଣ୍ଡଳ ସଚିବ ଥିଲେ। ସେ ୨୦୦୭ ମସିହାରୁ ଚିଟ୍ଟାଗଙ୍ଗର ହାଟହାଜାରୀରେ ଥିବା ପୁଣ୍ଡରୀକ ଧାମର ପ୍ରଧାନଶିକ୍ଷକ ମଧ୍ୟ ଅଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଚିନ୍ମୟଙ୍କୁ ଇସ୍କନରେ ତାଙ୍କ ପଦବୀରୁ ନିଲମ୍ବିତ କରାଯାଇଥିଲା।

ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଅଗଷ୍ଟ ୫, ୨୦୨୪ରେ ଦେଶ ଛାଡି ଚାଲିଯାଇଥିଲେ। ଦେଶରେ କ୍ଷମତା ପରିବର୍ତ୍ତନ ହେବା ସହିତ, ହିନ୍ଦୁ ଘର ଏବଂ ମନ୍ଦିର ଗୁଡ଼ିକୁ ବଡ଼ ପରିମାଣରେ ଭଙ୍ଗାରୁଜା କରାଯାଇଥିଲା। ଏହାର ପ୍ରତିକ୍ରିୟାରେ, ଏହି ମଞ୍ଚ ଆରମ୍ଭ ହୋଇଥିଲା ଏବଂ ଚିନ୍ମୟ ଦାସଙ୍କୁ ଏହାର ମୁଖପାତ୍ର ନିଯୁକ୍ତ କରାଯାଇଥିଲା। ବାଂଲାଦେଶରେ ଅଶାନ୍ତି ମଧ୍ୟରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ହିଂସା ସମ୍ପର୍କରେ ଏହି ମଞ୍ଚ ମାଧ୍ୟମରେ ହିନ୍ଦୁମାନଙ୍କ ସ୍ୱର ଉଠାଇଛି। ଏହି ମଞ୍ଚ ମାଧ୍ୟମରେ ସନାତନ ଜାଗରଣ ମଞ୍ଚ ନାମକ ଆନ୍ଦୋଳନ ମାଧ୍ୟମରେ ଚିନ୍ମୟ ଚିଟ୍ଟାଗଙ୍ଗ ଏବଂ ରଙ୍ଗପୁରରେ ବିଶାଳ ରାଲିର ଆୟୋଜନ କରିଥିଲେ। ଚିନ୍ମୟ ରାଲି ଗୁଡ଼ିକରେ ହିନ୍ଦୁ ସମ୍ପ୍ରଦାୟର ଅଧିକାର ବିଷୟରେ ଅନେକ ଭାଷଣ ଦେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.