ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଏଣିକି ବ୍ୟାଙ୍କ କଲ୍‌ ନାଁରେ ହୋଇପାରିବନି ଠକେଇ, ଆସିଲା ୨ ଡେଡିକେଟେଡ୍‌ ଫୋନ୍‌ ନମ୍ବର ସିରିଜ୍

Published By : Prameya | January 24, 2025 2:57 PM

ନୂଆଦିଲ୍ଲୀ,୨୪/୦୧: ସମ୍ପ୍ରତି ଠକେଇ ତଥା ସ୍ପାମ୍‌ କଲ୍‌  ସାଧାରଣ ସମସ୍ୟା ପାଲଟିଲାଣି । ମୋବାଇଲ ଫୋନ୍‌ ୟୁଜର  ଏଭଳି କଲ୍‌ରେ ଫସି ବଡ଼ ମାତ୍ରାରେ ଅର୍ଥ ହରାଉଛନ୍ତି । ଏହି  କଲ୍‌ଗୁଡ଼ିକ ମାଧ୍ୟମରେ ଘୋଟାଲା ଏବଂ ଆର୍ଥିକ ଅପରାଧ  ମାମଲା ଲଗାତର ଭାବେ ବଢ଼ିଚାଲିଛି । ଏହି ଚିନ୍ତାକୁ ଦୂର  କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ  ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଆର୍‌ବିଆଇ ବିତ୍ତୀୟ ପ୍ରତିଷ୍ଠାନଗୁଡ଼ିକ ପାଇଁ ନିଜ ନିଜ ଗ୍ରାହକଙ୍କୁ ଟ୍ରାଞ୍ଜାକ୍‌ସନ  ଏବଂ ମାର୍କେଟିଂ କଲ୍‌ ବେଳେ ବ୍ୟବହାର କରିବା ନିମନ୍ତେ ଦୁଇଟି ସମର୍ପିତ ଫୋନ୍‌ ନମ୍ବର ସିରିଜ୍‌ ଆରମ୍ଭ କରିଛି ।  ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ୟୁଜରଙ୍କୁ ଠକେଇ  କଲ୍‌ରୁ ସୁରକ୍ଷା ପ୍ରଦାନ କରିବା । 

ଆର୍‌ବିଆଇର ନୂଆ ନୋଟିସ୍‌  ଅନୁସାରେ, ବ୍ୟାଙ୍କଗୁଡ଼ିକୁ ଏବେ ସମସ୍ତ ଟ୍ରାଞ୍ଜାକ୍‌ସନ ସମ୍ବନ୍ଧୀୟ  କଲ୍‌ ପାଇଁ ୧୬୦୦ରୁ ଆରମ୍ଭ ହେଉଥିବା ଫୋନ୍‌ ନମ୍ବର୍‌ର  ବ୍ୟବହାର କରିବାକୁ ପଡ଼ିବ । ସେହିଭଳି ମାର୍କେଟିଂ କଲ୍‌  ଏବଂ ଏସ୍‌ଏମ୍‌ଏସ୍‌ ପାଇଁ ଆର୍‌ବିଆଇ ଦୁଇଟି ପୃଥକ ନମ୍ବର ରେଞ୍ଜ୍‌ ଆବଣ୍ଟିତ କରିଛି । ୧୬୦୦ରୁ ଆରମ୍ଭ ହେଉଥିବା  ନମ୍ବରଗୁଡ଼ିକର ବ୍ୟବହାର ବ୍ୟାଙ୍କିଙ୍ଗ୍‌ ସେବାରୁ ଆରମ୍ଭ କରି ମାର୍କେଟିଂ ସମ୍ବନ୍ଧୀୟ ଯୋଗାଯୋଗ ପାଇଁ କରାଯିବ । ସେହିଭଳି ୧୪୦ରୁ ଆରମ୍ଭ ହେଉଥିବା ନମ୍ବରଗୁଡ଼ିକର  ବ୍ୟବହାର ବ୍ୟକ୍ତିଗତ ଋଣ, କ୍ରେଡିଟ୍‌ କାର୍ଡ ଏବଂ ବୀମା  ଭଳି ସେବାଗୁଡ଼ିକର ପ୍ରଚାର କଲ ଏବଂ ଏସ୍‌ଏମ୍‌ଏସ୍‌  ସୂଚନାଗୁଡ଼ିକ ପାଇଁ କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.