ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ଆସନ୍ତା ବର୍ଷ ଚୈତ୍ର ନବରାତ୍ରି ବେଳକୁ ‘ଲାଲ ଆତଙ୍କ’ ମୁକ୍ତ ହୋଇସାରିଥିବ ବସ୍ତର: ଅମିତ ଶାହ

Published By : Tapas Panda | April 5, 2025 4:42 PM

Image courtesy: abplive

ରାୟପୁର: ନକ୍ସଲବାଦ ବିରୋଧରେ କେନ୍ଦ୍ର ସରକାର ଜୋରଦାର ଅଭିଯାନ ଚଳାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲାଗାତାର ଦେଶରୁ ନକ୍ସଲବାଦ ସମାପ୍ତ କରିବା ଉପରେ ଜୋର ଦେଇଆସିଛନ୍ତି । ଏବେ ଅମିତ ଶାହ ଛତିଶଗଡ଼ ଗସ୍ତରେ ଥିବା ବେଳେ ନକ୍ସଲମୁକ୍ତ ଭାରତ ଲାଗି ମୋଦୀ ସରକାରଙ୍କ ସଂକଳ୍ପ ଦୋହରାଇଛନ୍ତି । ଛତିଶଗଡ଼ ଦାନ୍ତେଓ୍ବାଡାର ବସ୍ତରରେ ଆୟୋଜିତ ପଣ୍ଡୁମ ମହୋତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଏହି ସମୟରେ ଶାହ କହିଛନ୍ତି, ‘ଆଜ ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥି । ମୁଁ ଏବେ ମାତା ଦନ୍ତେଶ୍ବରୀଙ୍କ ଆଶୀର୍ବାଦ ନେଇକି ଆସିଛି । ପ୍ରାର୍ଥନା କରୁଛି ଆସନ୍ତା ବର୍ଷ ଚୈତ୍ର ନବରାତ୍ରି ବେଳକୁ ଏଠାରୁ ଲାଲ ଆତଙ୍କ ମୂଳପୋଛ ହୋଇଯାଇଥିବ ଏବଂ ଆମ ବସ୍ତର ସମୃଦ୍ଧ ହୋଇଥିବ।’ 

ସେ କହିଛନ୍ତି, ଗୁଳିମାଡ଼ ଏବଂ ବୋମା ମାଡ଼ର ସମୟ ଚାଲିଯାଇଛି । ସବୁ ନକ୍ସଲଙ୍କୁ ଯୁଦ୍ଧସ୍ତ୍ର ଛାଡ଼ିବାକୁ ଅପିଲ କରୁଛି । ଯେବେ କେହି ନକ୍ସଲ ପ୍ରାଣ ହରାଉଛି ଏଥିରେ କେହି ଖୁସି ହେଉ ନାହାନ୍ତି । କିନ୍ତୁ ଏହି ଅଞ୍ଚଳ ପାଇଁ ବିକାଶର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଘୋଷଣା କରିଛନ୍ତି ଯେ, ଯେଉଁ ଗାଁ ନକ୍ସଲଙ୍କୁ ଆତ୍ମସମର୍ପଣ କରିବାକୁ ସାହାଯ୍ୟ କରିବେ ସେହି ସବୁ ଗାଁକୁ ନକ୍ସଲମୁକ୍ତ ଘୋଷଣା କରାଯିବ । ଏହା ସହ ଗାଁର ବିକାଶ ଲାଗି ଏକ କୋଟି ଲେଖାଏଁ ଦିଆଯିବ । ତେଣୁ ଆପଣମାନେ (ନକ୍ସଲ) ନକ୍ସଲବାଦ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ଶାହ । ଏଥିପାଇଁ ଭାରତ ଏବଂ ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବେ ବୋଲି ମଧ୍ୟ ଶାହ ପ୍ରତିଶ୍ରୁତି ଦେଇଛନ୍ତି । 

ଅମିତ ଶାହ କହିଛନ୍ତି, ‘କଂଗ୍ରେସ ଗରିବୀ ହଟାଅ ନାରା ଦେଲା କିନ୍ତୁ ଗରିବୀ ହଟାଇ ପାରିଲା ନାହିଁ । ମୋଦୀ ଜୀ ଗରିବଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ଗରିବଙ୍କୁ ରାସନ ଦିଆଯାଉଛି । ସମଗ୍ର ଅଞ୍ଚଳରୁ ଲାଲ ଆତଙ୍କ ଆମେ ହଟାଇବୁ । ଆସନ୍ତ ବର୍ଷ ନକ୍ସଲବାଦ ମୂଳପୋଛ ହେଇଯିବ । ପ୍ରତି ଗାଁ ନକ୍ସଲମୁକ୍ତ ହେବ, ଏଥିପାଇଁ କାର୍ଯ୍ୟ ଜାରି ରହିଛି ।’

ଶାହ ଆହୁରି କହିଛନ୍ତି ଯେ, ଅସ୍ତ୍ର ଦ୍ବାରା ବିକାଶ ହୋଇପାରିବ ନାହିଁ । ନରେନ୍ଦ୍ର ମୋଦୀ ବସ୍ତରକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ବିଷ୍ଣୁଦେବ ସାଏ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କେନ୍ଦୁ ପତ୍ର ଟଙ୍କା ଏବେ ଦଲାଲଙ୍କ ପାଖକୁ ଯାଉ ନାହିଁ । ବସ୍ତରର ପ୍ରତି ଅଞ୍ଚଳ‌ରେ ବିକାଶ ହେଉଛି । ବସ୍ତରର ବିକାଶ ଲାଗି ବିଜେପି ସରକାର କାମ କରୁଛନ୍ତି । ଆମେ ଚାହୁଁଛୁ ବସ୍ତରର ଯୁବକ ଆଗକୁ ଆସନ୍ତୁ । ନିଜ ଭାଷା ଓ ପରମ୍ପରାକୁ ଆଗକୁ ଆଣନ୍ତୁ । ସମଗ୍ର ବସ୍ତର ଲାଲ ଆତଙ୍କ ମୁକ୍ତ ହେବାକୁ ଯାଉଛି । ବସ୍ତର ବିକାଶର ରାସ୍ତାରେ ଗତି କରୁଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.