କୋକସରା,୧୯/୦୮: ‘ଜାନ ଯାଉ ଜୀବନ ଯାଉ କରା ଆମର ଜଙ୍ଗଲ ବଞ୍ଚିଥାଉ’ । ଖଣି ଖନନକୁ ତୀବ୍ର ବିରୋଧ କରିଛନ୍ତି କାଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ବାଟିଗୁଡା ଗ୍ରାମବାସୀ। ମଙ୍ଗଳବାର ମୋଟେର ପଞ୍ଚାୟତ ବାଟିଗୁଡା ଗାଁ ନିକଟରେ ଥିବା କରାଡୋଙ୍ଗରି ଖଣିରୁ ଉତ୍ତୋଳନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାୟଗଡା ପକ୍ଷରୁ ଜନ ଶୁଣାଣି ଗ୍ରାମସଭା ହୋଇଥିଲା । ହେଲେ ଗ୍ରାମବାସୀ ଏହି ସଭାରେ ଖଣି ଖନନକୁ ତୀବ୍ର ବିରୋଧ କରିଛନ୍ତି ।

ଏହି ଜନ ଶୁଣାଣିରେ ଅତିରିକ୍ତ କଳାହାଣ୍ଡି ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ସ୍ଥାନୀୟ ବ୍ଲକ୍ ପ୍ରଶାସନ ଉପସ୍ଥିତ ଥିଲେ । ଜନ ଶୁଣାଣିରେ ଏହି ଡଙ୍ଗର ଉପରେ ଥିବା ଅଧିଷ୍ଠାତ୍ରୀ ଗ୍ରାମଦେବୀ ମା’ ମାଉଳିଙ୍କ ଆସ୍ଥାନ ରହିଥିବା ବେଳେ ଦେବୀଙ୍କ ଉପରେ ଗ୍ରାମବାସୀଙ୍କ  ଆସ୍ଥା ରହିଛି। ଜଙ୍ଗଲ ନଷ୍ଟ ହେଲେ ଜୀବନ ଜୀବିକା ବିପନ୍ନ ହେବ ଓ ଗ୍ରାମ ଧ୍ୱଂସ ହେବ ବୋଲି ଗ୍ରାମବାସୀ ପ୍ରତିବାଦ କରିଥିଲେ । ଜୀବନ ଥିବା ପର୍ଯ୍ୟନ୍ତ ଖଣି ଖନନକୁ ବିରୋଧ କରାଯିବା ବୋଲି ବ୍ରଜ ଶପଥ ନେଇଥିଲେ ସ୍ଥାନୀୟ ବାସିନ୍ଦା ।