ନୂଆଦିଲ୍ଲୀ,୦୭/୦୫; ଚଳିତ ଆଇପିଏଲର ପ୍ଲେ-ଅଫ୍ କ୍ରୀଡ଼ାସୂଚୀ ଓ ଭେନ୍ୟୁ ଘୋଷଣା କରାଯାଇଛି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରୁ ଫାଇନାଲ୍ ମ୍ୟାଚକୁ ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି । ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିଅନ୍ ଦଳକୁ ପରବର୍ଷ ଫାଇନାଲ୍ ମ୍ୟାଚ ଆୟୋଜନ କରିବାର ଅଧିକାର ପ୍ରଦାନ କରାଯାଇଥାଏ । ଗତ ବର୍ଷ ବେଙ୍ଗାଲୁରୁ (ଆରସିବି) ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଫଳ ସ୍ୱରୂପ ଆରସିବିର ଘରୋଇ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ଫାଇନାଲ୍ ମ୍ୟାଚ ଆୟୋଜନ କରିବା କଥା । ମାତ୍ର କିଛି କାରଣକୁ ନେଇ ବିସିସିଆଇ ଫାଇନାଲ ମ୍ୟାଚକୁ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମକୁ ସ୍ଥାନାନ୍ତରିତ କରିଛି । ୪ ବର୍ଷରେ ଷଷ୍ଠ ଥର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଆଇପିଏଲ ୨୦୨୨, ୨୦୨୩ ଫାଇନାଲ, ୨୦୨୩ କ୍ରିକେଟ ବିଶ୍ୱକପ ଫାଇନାଲ, ୨୦୨୫ ଆଇପିଏଲ ଫାଇନାଲ, ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳାଯାଇଥିଲା ।

ଚଳିତ ମାସ ୩୧ ତାରିଖରେ ଫାଇନାଲ୍ ମ୍ୟାଚ ଖେଳାଯିବ । ୨୬ ତାରିଖରୁ ପ୍ଲେ-ଅଫ ରାଉଣ୍ଡ୍ ଆରମ୍ଭ ହେବ । ପ୍ରଥମ କ୍ୱାଲିଫାୟର ମୁକାବିଲା ଧର୍ମଶାଳାରେ ଅନୁଷ୍ଠିତ ହେବ । ୨୭ ତାରିଖରେ ଏଲିମିନେଟର ଓ ୨୯ ତାରିଖରେ ଦ୍ୱିତୀୟ କ୍ୱାଲିଫାୟର ଅନୁଷ୍ଠିତ ହେବ । ଉଭୟ ମ୍ୟାଚ ନୂଆ ଚଣ୍ଡୀଗଡ଼ ସ୍ଥିତ ମୁଲନପୁର ଷ୍ଟାଡ଼ିୟମ୍‌ରେ ଖେଳାଯିବ । ସୂଚନାଯୋଗ୍ୟ, ଉଭୟ ଧର୍ମଶାଳା ଓ ମୁଲନପୁରକୁ ପଞ୍ଜାବ ଘରୋଇ ଗ୍ରାଉଣ୍ଡ ରୂପେ ଗ୍ରହଣ କରିଛି । ଗତ ବର୍ଷ ପଞ୍ଜାବ ଦଳ ରନର୍ସ ଅପ୍ ହୋଇଥିଲା । ଦୀର୍ଘ ୧୮ ବର୍ଷ ପରେ ଆଇପିଏଲ ଟ୍ରଫି ଜିତିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

​​​​​​​

ଏହା ବି ପଢନ୍ତୁ...ଆଜି ବିଶ୍ୱ ଆଥ୍‌ଲେଟିକ୍ସ ଦିବସ: ଶାଢ଼ି ପିନ୍ଧି ମାରାଥନ ଦୌଡ଼ୁଛନ୍ତି ବବିତା ଦେବଦର୍ଶନୀ, ଓଡ଼ିଶା ହସ୍ତତନ୍ତକୁ ରାଜ୍ୟବାହାରେ ପ୍ରଦର୍ଶନ କରୁଛନ୍ତି  

ଏବେ ପ୍ଲେ ଅଫ୍ ପାଖଉ ଥିବାରୁ ଦଳ ମଧ୍ୟରେ ଲଢେଇ ଜୋରଦାର ହୋଇଛି । ପଏଣ୍ଟ ଟେବୁଲ ଟପ୍‌ ୪ରେ ଯଥାକ୍ରମେ ହାଇଦ୍ରାବାଦ, ପଞ୍ଜାବ, ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରହିଛନ୍ତି । ଆଇପିଏଲ ଆରମ୍ଭରୁ ଦମଦାର ଆରମ୍ଭ କରିଥିବା ପଞ୍ଜାବ କିଙ୍ଗସ୍ ବ୍ୟାକ୍ ଟୁ ବ୍ୟାକ୍‌ ୩ଟି ମ୍ୟାଚ ହାରି ପଏଣ୍ଟ ଟେବୁଲ ଦ୍ୱିତୀୟକୁ ଖସିଛି । ସନରାଇଜର୍ସ ହାଇଦ୍ରାବାଦ ଶୀର୍ଷ ସ୍ଥାନ ଦଖଲ କରିଛି ।​​​​​​​