ଭୁବନେଶ୍ୱର,୦୭/୦୫: ଟ୍ରାକ୍ ସୁଟ୍ ନୁହେଁ । ଶାଢ଼ି ପିନ୍ଧି ଦୌଡ଼ୁଛନ୍ତି ମାରାଥନ । ଆଉ ସେହି ଶାଢ଼ି ହେଉଛି ଓଡ଼ିଶାର ବୁଣାକାରଙ୍କ ହାତ ତିଆରି ଖାଣ୍ଟି ହସ୍ତତନ୍ତ । ଓଡ଼ିଶାର ସଂସ୍କୃତି ଓ ହସ୍ତତନ୍ତକୁ ରାଜ୍ୟ ବାହାରେ ପ୍ରଦର୍ଶିତ କରୁଥିବା ଏଭଳି ଜଣେ ନିଆରା ଧାବିକା ହେଉଛନ୍ତି ବବିତା ଦେବଦର୍ଶନୀ । କଳିଙ୍ଗ ବିହାରରେ ରହୁଥିବା ବବିତାଙ୍କ ବୟସ ୫୧ ବର୍ଷ । ସେ ଗତ ୫ ବର୍ଷ ହେବ ଶାଢ଼ି ପିନ୍ଧି ରାଜ୍ୟ ତଥା ରାଜ୍ୟ ବାହାରେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଖାଲି ଭାଗ ନେଉନାହାଁନ୍ତି, ମେଡାଲ ବି ଜିତୁଛନ୍ତି । ଯଉଁ ବୟସରେ ସାଧାରଣତଃ ମହିଳାମାନେ ଘରେ ଆରାମ କରିନ୍ତି ସେହି ବୟସରେ ସେ ଦୌଡ଼କୁ ବାଛିଛନ୍ତି ।

ଅଧିକ ପଢ଼ନ୍ତୁ :-  IPL 2026 : ସନ୍ଧ୍ୟାରେ ହାଇଭୋଲଟେଜ୍ ଗେମ୍, ମୁହାଁମୁହିଁ ହେବେ ଏଲଏସଜି -ଆର୍‌ସିବି

ସେ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇସାରିଲେଣି । ସେଥିରୁ ୩ଟି ଫୁଲ ମାରାଥନ ଥିବା ବେଳେ ୨୦ଟି ହାଫ୍ ମାରାଥନ ରହିଛି । ସେ ଓଡ଼ିଶା ସମେତ ମହାରାଷ୍ଟ୍ର, କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ୍, ଭାଇଜାକ୍ରେ ଆୟୋଜିତ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଅନେକ ଥର ପୋଡ଼ିଅମ୍ ୱିନର ମଧ୍ୟ ହୋଇଛନ୍ତି । ସେ ପ୍ରଥମେ ଭୁବନେଶ୍ୱରରେ ଆୟୋଜିତ ୧୦ କିଲୋମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଥିରେ ସଫଳ ହେବାରୁ ଅଧିକ କିଲୋମିଟର ବିଶିଷ୍ଟ ଦୌଡ଼ରେ ଭାଗନେବା ପାଇଁ ତାଙ୍କୁ ସାହାସ ମିଳିଲା । ନିଜକୁ ସୁସ୍ଥ ରଖିବା ପାଇଁ ସେ ମୁଖ୍ୟତଃ ସକାଳୁ ଘରକାମ ସାରି ପ୍ରତିଦିନ ୫ କିଲୋମିଟର ଦୌଡ଼ିବା ସହିତ ଯୋଗ ଅଭ୍ୟାସ କରନ୍ତି । ଜଣେ ଶାଢ଼ି ପିନ୍ଧି ମଧ୍ୟ ମାରାଥନରେ ଦୌଡ଼ିପାରିବ । ଏହି ବାର୍ତ୍ତା ଦେବାପାଇଁ ମୁଁ ଶାଢ଼ି ପିନ୍ଧି ଦୌଡ଼ରେ ଭାଗନେବାକୁ ନିଷ୍ପତ୍ତି ନେଇଥିଲ।