ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ ୨୦୨୫ରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିପାରିବେ ନାହିଁ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ମୁମ୍ବାଇ ଇଣ୍ଡିଆନ୍ସ ଅଭିଯାନ ଶେଷ ହୋଇଛି । ଲିଗ୍‌ ପର୍ଯ୍ୟାୟରେ ୧୪ରୁ   ୧୦ଟି ମ୍ୟାଚ୍‌ରେ ପରାଜୟ ସହ ଆଇପିଏଲର ଚଳିତ ସିଜନ୍‌ରୁ ଆଉଟ ହୋଇଛି ମୁମ୍ବାଇ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ପ୍ଲେଅଫକୁ ଯାଇପାରି ନାହିଁ । ସେପଟେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିସିସିଆଇ । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶକ୍ତ ଝଟକା ଲାଗିଛି । ତାଙ୍କ ଉପରେ ବ୍ୟାନ ଲଗାଇଛି ବିସିସିଆଇ। ଯେହେତୁ ଚଳିତ ସିଜନରେ ମୁମ୍ବାଇର ଅଭିଯାନ ଶେଷ ହୋଇଛି ତେଣୁ ଆଗାମୀ ସିଜନର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ ହାର୍ଦ୍ଦିକ ପାଣ୍ଡ୍ୟା। ଶୁକ୍ରବାର ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ସ୍ଲୋ ଓଭର ରେଟିଂ ଯୋଗୁ କ୍ୟାପ୍ଟେନ୍‌ଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିସିସିଆଇ ।

ବିସିସିଆଇ ପାଣ୍ଡ୍ୟାଙ୍କ ଉପରେ ବ୍ୟାନ ଲଗାଇବା ସହିତ ୩୦ ଲକ୍ଷ ଟଙ୍କା ଫାଇନ୍ କରିଛି। ଶୁକ୍ରବାର ମ୍ୟାଚ୍‌ରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ସର୍ବାଧିକ ୭୫ ରନ୍ କରିଥିଲେ । ସେ ୨୯ ବଲରେ ୮ ଟି ଛକା ଓ ୫ ଚୌକା ମାରିଥିଲେ। ସେହିପରି କ୍ୟାପ୍ଟେନ୍ କେଏଲ ରାହୁଲ ୫୫ ରନର ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ମୁମ୍ବାଇର ବୋଲର ନିର୍ଦ୍ଧାରିତ ସମୟ ଅନୁସାରେ ନିଜର ବୋଲିଂ ଶେଷ କରିପାରି ନଥିଲେ । ଏଥିପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବ୍ୟାନ ଏବଂ ଫାଇନ୍ ଲଗାଇଛି ବିସିସିଆଇ।

ଅନ୍ୟପଟେ ଗତକାଲିର ମ୍ୟାଚ୍ ମୁମ୍ବାଇ ପାଇଁ ଚଳିତ ସିଜନର ଶେଷ ମ୍ୟାଚ୍ ଥିଲା। ହେଲେ ଯେହେତୁ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ ଲଗାଯାଇଛି ତେଣୁ ସେ ଆଗାମୀ ସିଜିନ ଅର୍ଥାତ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ। ଆଇପିଏଲର ୬୭ ତମ ମ୍ୟାଚ୍‌ରେ ଲକ୍ଷ୍ନୌ ଦେଇଥିବା ଟାର୍ଗେଟକୁ ପିଛା କରି ମୁମ୍ବାଇ ଦଳ ୨୦ ଓଭରରେ ମାତ୍ର ୧୯୬ ରନ୍ କରିପାରିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ୩୮ ବଲରେ ୬୮ ରନ୍ କରିଥିଲେ। ସେହିପରି ନମନ ଧୀର ୬୨ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ୨୮ ବଲରେ ୪ ଟି ଚୌକା ଓ ୫ଟି ଛକା ମାରିଥିଲେ। ଡିୱାଲ୍ଡ ବ୍ରେଭିସ୍ ମଧ୍ୟ ଦଳ ପାଇଁ  ୨୩ ରନର ଯୋଗଦାନ ଦେଇଥିଲେ। ଫଳରେ ମୁମ୍ବାଇକୁ ୧୮ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ସେପଟେ ପାଣ୍ଡ୍ୟାଙ୍କ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ମଧ୍ୟ ଗୋଟିଏ ମ୍ୟାଚ୍‌ରେ ବ୍ୟାନ ହୋଇଥିଲେ ଏବଂ ୩୦ ଲକ୍ଷ ଟଙ୍କା ଜରିମାନା ଦେଇଥିଲେ ।  

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.