ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା

Published By : Harapriya Sethi | January 17, 2025 12:49 PM

ଭୁବନେଶ୍ୱର,୧୭/୦୧: ବିଡିଏ ନୋଟିସ୍‌ ପରେ ଆରମ୍ଭ ହେଲା ବୈକୁଣ୍ଠ ଧାମରେ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ । ଗୁରୁବାର ରାତିରେ ଆଶ୍ରମ ଖାଲି ହେବା ପରେ ଶୁକ୍ରବାର ସକାଳ ୧୧ଟାରେ ବୈକୁଣ୍ଠ ଧାମ ପରିସରେ ବୁଲଡୋଜର୍ ସାହାଯ୍ୟରେ ଉଚ୍ଛେଦ ଆରମ୍ଭ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜବର ଦଖଲ ଉଚ୍ଛେଦ ସମୟରେ ଆଶ୍ରମ ପରିସରରେ ସୁରକ୍ଷା ପାଇଁ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି । ଏହି ସମୟରେ ଟାଟା ପାୱାରର ଅନେକ କର୍ମଚାରୀଙ୍କ ସହ ବିଡ଼ିଏ, ଜିଏ ଏବଂ ବିଏମ୍‌ସି ଟିମ୍ ମଧ୍ୟ ଆଶ୍ରମ ପରିସରରେ ଉପସ୍ଥିତ ରହିଛନ୍ତି ।

କହିରଖୁ କି, ସାଧାରଣ ପ୍ରଶାସନକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦେଇଥିବା ଏକ ମିଛ ଚିଠି ପ୍ରସ୍ତୁତ କରି ହାଇକୋର୍ଟରେ ଦାଖଲ କଲେ । ହାଇକୋର୍ଟ ସାଧାରଣ ପ୍ରଶାସନକୁ  ଜବାବ ମାଗିବା ପରେ ସତ ଧରା ପଡ଼ିଗଲା । ଏହି ସାଂଘାତିକ କେଳେଙ୍କାରୀର ଗୁମର ଫିଟିବା ପରେ ହାଇକୋର୍ଟ କ୍ଷୁବ୍ଧ ହୋଇଥିଲେ । ରିହାତଦେଶ ହଟାଇବା ପରେ ଶୁକ୍ରବାର ଖଣ୍ଡଗିରି ବୈକୁଣ୍ଠ ଧାମରେ ବୁଲ୍‌ଡୋଜର ବୁଲିବା ନେଇ ଗୁରୁବାର ବିଡିଏ ପକ୍ଷରୁ ନୋଟିସ୍‌ ଜାରି ହୋଇଥିଲା । ଗୁରୁବାର ରାତିରେ ହିଁ ଆଶ୍ରମ ଖାଲି କରାଯାଇଥିଲା ।

ବୈକୁଣ୍ଠ ଧାମ ଉଚ୍ଛେଦରୁ ହାଇକୋର୍ଟ ଶୁକ୍ରବାର ରିହାତଦେଶ ଉଠାଇବା ପରେ ବିଡିଏ ପକ୍ଷରୁ ଏକ ବୈଠକ ବସିଥିଲା । ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ ମନିଟରିଂ କମିଟି (ସିଇଏମ୍‌ସି) ପକ୍ଷରୁ ବସିଥିବା ଏହି ବୈଠକରେ, ସାଧାରଣ ପ୍ରଶାସନ, ବିଏମ୍‌ସି,  ପୁଲିସ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।  ଶୁକ୍ରବାର ସକାଳ ୧୧ଟାରେ ବୈକୁଣ୍ଠ ଧାମ ଭାଙ୍ଗିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ଆବଶ୍ୟକୀୟ ପୁଲିସ ଫୋର୍ସ ଯୋଗାଇ ଦେବାକୁ  ବିଡିଏ ଭୁବନେଶ୍ୱର ଡିସିପିଙ୍କୁ ଅବଗତ କରାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.