ନୂଆଦିଲ୍ଲୀ, ୨୧/୦୭: ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା । ରାଜଧାନୀ ଢାକାର ଏକ କଲେଜ ଉପରେ କ୍ରାସ୍ । ବାଂଲାଦେଶ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନିଂ ବେଳେ ବିମାନଟି ଖସିପଡ଼ିଛି F-7 । ଏଥିରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ବାଂଲାଦେଶ ସେନାର ଜନସମ୍ପର୍କ କାର୍ଯ୍ୟାଳୟ ଅନୁଯାୟୀ, ଢାକାର ଉତ୍ତରା ଅଞ୍ଚଳର ଦିଆବାରି ଅଞ୍ଚଳର ମାଇଲଷ୍ଟୋନ୍ ସ୍କୁଲ୍ ଆଣ୍ଡ୍ କଲେଜ୍ କ୍ୟାମ୍ପସ୍ରେ ବାୟୁସେନାର ବିମାନ F-7 BGI ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରୁଛନ୍ତି । ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ, ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ବାଂଲାଦେଶ ବାୟୁସେନାର F-7 ଲଢ଼ୁଆ ବିମାନ ଦିନ ପ୍ରାୟ ୧.୦୬ମିନିଟରେ ଉଡ଼ାଣ ଭରିଥିଲା। ଏହାର କିଛି ସମୟ ଭିତରେ ବିମାନଟି ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା ।
ମାଇଲଷ୍ଟୋନ୍ ସ୍କୁଲ୍ ଆଣ୍ଡ୍ କଲେଜର ମୁଖପାତ୍ର କହିଛନ୍ତି ଯେ ବିମାନଟି ସ୍କୁଲ୍ ଗେଟ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁ ସମୟରେ F-7 ଫ୍ଲାଇଟ୍ କ୍ରାସ କରିଥିଲା ସେହି ସମୟରେ କଲେଜରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।