ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ

Published By : Prameya | March 10, 2025 10:20 AM

ବ୍ରହ୍ମପୁର ୧୦/୦୩: ବ୍ରହ୍ମପୁରର ଅଧିଷ୍ଠାତ୍ରୀ  ମାଆ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ର ପାଇଁ  ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାଆଙ୍କ ଯାତ୍ରା ପାଇଁ  ଆସନ୍ତା ୧୨ ତାରିଖରେ ଶୁଭଖୁଣ୍ଟି ସ୍ଥାପନ ହେବ । ରବିବାର ଅପରାହ୍ନରେ ଯାତ୍ରା ପରିଚାଳନା କମିଟି  ତଥା ମାଆ ବୁଢ଼ୀ ଠାକୁରାଣୀଙ୍କ ବାପା ପାତର୍ଲା  ଦୁର୍ଗା ପ୍ରସାଦ ଦେଶିବେହେରା ସୂଚନା ଦେଇଛନ୍ତି ।  

ପୁରୋହିତ ଭି. ବାସୁଦେବ ଶାସ୍ତ୍ରୀଙ୍କ ଗଣନାନୁଯାୟୀ  ଚଳିତମାସ ୯ ଓ ୧୨ ଦୁଇଦିନ ଭଲ ଯୋଗ  ଥିଲା । ଏଥି ମଧ୍ୟରୁ ୧୨ ତାରିଖକୁ ମାଆଙ୍କ ବାପ ଘର ପକ୍ଷରୁ ଚୟନ କରାଯାଇଥିଲା । ଏହାପରେ  ପୁରୋହିତଙ୍କ ଦ୍ୱାରା ୧୨ ତାରିଖ ରାତ୍ର ୯.୩୦ରୁ  ମଧ୍ୟରାତ୍ର ୨.୩୦ ମଧ୍ୟରେ ଶୁଭ ମୁହୂର୍ତ୍ତ ରହିଥିବା କହିଛନ୍ତି । ସେହିଦିନ ରାତ୍ର ୯ଟାରେ ମାଆଙ୍କ ବାପ  ଘର ଦେଶିବେହେରାଙ୍କ ଘର ସମ୍ମୁଖରେ ବୈଠକ ଅନୁଷ୍ଠିତ ହେବ । ସେଠାରୁ ବିରାଟ ପଟୁଆରରେ ମୁଖ୍ୟ ମନ୍ଦିରକୁ ଶୁଭଖୁଣ୍ଟି ସ୍ଥାପନ ପାଇଁ ଆଜ୍ଞାମାଳ  ଆଣିବାକୁ ଯିବେ । ମାଆ ଠାକୁରାଣୀଙ୍କ ମୁଖ୍ୟ  ମନ୍ଦିରରେ ପୂଜାର୍ଚ୍ଚନା ହେବ । ଆଜ୍ଞାମାଳ ମିଳିବା  ପରେ ଶୁଭଖୁଣ୍ଟି ପୂଜା କରି ପଟୁଆରରେ ସହର  ପରିକ୍ରମା କରି ଦେଶିବେହେରା ସାହିରେ  ପହଞ୍ଚିବେ । ବାପାଙ୍କ ଘର ସମ୍ମୁଖରେ ତାହାକୁ  ସ୍ଥାପନ କରାଯିବ ବୋଲି ଯାତ୍ରା ମୁଖ୍ୟ ପରିଚାଳକ  ଦୁର୍ଗାପ୍ରସାଦ ଦେଶିବେହେରା ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.