ନୂଆଦିଲ୍ଲୀ: ୧୯୮୯ ମସିହା, ଗୋଟିଏ ସିନେମା ଦୁଇଜଣ ନବାଗତଙ୍କ କ୍ୟାରିୟରକୁ ଗଢ଼ିଥିଲା । ଗୋଟିଏ ଫିଲ୍ମ ଦୁଇ କଳାକାରଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା । ଆଶା ଥିଲା ଏମାନେ ବଳିଉଡରେ ପରେ ରାଜ୍ କରିବେ । ହିରୋ ତ ଏବେ ବି ବଲିଉଡରେ ନିଜର ଦବଦବା ଜାରି ରଖିଛନ୍ତି ତଥାପି ନାୟିକାଙ୍କଠାରୁ ଯେତିକି ଆଶା କରାଯାଉଥିଲା ସେତିକି ମିଳିଲା ନାହିଁ । ଅଜବ ସର୍ତ୍ତ ପାଇଁ ତାଙ୍କ କ୍ୟାରିୟର ଶେଷ ହୋଇଗଲା । ପରେ ଯେଉଁ ଫିଲ୍ମ ମିଳିଲା ସେଗୁଡ଼ିକ ଫ୍ଲପ୍ ହେଲା ।
ବଡ଼ ବଡ଼ ଆଖି ସାଙ୍ଗକୁ ସୁନ୍ଦର ଚେହେରା ଦର୍ଶକଙ୍କୁ ମତୁଆଲା କରିଥିଲା । ଆମେ କହୁଥିବା ନାୟିକା ଜଣକ ହେଲେ ଭାଗ୍ୟଶ୍ରୀ । ଯିଏକି ସଲମାନଙ୍କ ସହ ମେନେ ପ୍ୟାର୍ କିୟାରେ ଜବରଦସ୍ତ ଅଭିନୟ କରିଥିଲେ । ଯାହାକି ଦର୍ଶକଙ୍କ ମହଲରେ ବେଶ ପ୍ରଶଂସା ସାଉଣ୍ଟିଥିଲା । ଏହାସହ ଫିଲ୍ମ ସୁପରହିଟ୍ ହୋଇଥିଲା । ମାତ୍ର ନାୟିକା ଏହି ଫିଲ୍ମ ସମୟରେ ମଧ୍ୟ କିଛି ଅଜବ ସର୍ତ୍ତ ରଖିଥିଲେ ।
ସେ ଏହି ଫିଲ୍ମର ସୁଟିଂ ସମୟରେ ସେ ନିଜର ବ୍ୟକ୍ତିଗତ କାରଣ ପାଇଁ ସର୍ତ୍ତ ରଖିଥିଲେ କି, ଚୁମ୍ବନ୍ ସିନ୍ କରିବେ ନାହିଁ । ପରେ ସଲମାନ ଏବଂ ପ୍ରଯୋଜକ ଅନୁରୋଧ କରିବା ପରେ ରାଜି ହୋଇଥିଲେ । ମାତ୍ର ପରେ ଏହି ସିନ୍ ଗୁଡ଼ିକ ମିରରରେ ସୁଟ୍ କରାଯାଇଥିଲା । ଆଉ ଏହି ସିନେମାରେ ସେ ସରଳ ସୁମନ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିଥିଲେ । ତେବେ ଏହି ଫିଲ୍ମ ରିଲିଜ୍ ହେବା ପରେ ବଡ଼ ବ୍ୟବସାୟ କରିଥିଲା ।
ଏହି ଫିଲ୍ମ ପରେ ଭାଗ୍ୟଶ୍ରୀ ବିବାହ କରିଥିଲେ । ଆଉ ବିବାହ ପରେ ଯେତେବେଳେ ଆସିଲେ କହିଥିଲେ କି, ମୁଁ କେବଳ ମୋ ସ୍ବାମୀଙ୍କ ସହ ଅଭିନୟ କରିବି । ଯଦିଓ କିଛି ଫିଲ୍ମ ମିଳିଲା ତଥାପି ଫ୍ଲପ୍ ହୋଇଥିଲା । ଆଉ ଏଭଳି ସର୍ତ୍ତ ପାଇଁ ଧିରେ ଧିରେ ତାଙ୍କ କ୍ୟାରିୟରରେ ଉପରକୁ ଉଠି ପାରିଲେ ନାହିଁ । ମାତ୍ର ମେନେ ପ୍ୟାର୍ କିୟା ଆଜି ମଧ୍ୟ ଦର୍ଶକଙ୍କ ପସନ୍ଦ ପାଲଟିଛି ।
ଏହାସହ ପଢ଼ନ୍ତୁ : ବିଜୟଙ୍କୁ ଷ୍ଟାଲିନଙ୍କ ସମାଲୋଚନା: କହିଲେ, ଯୁବକଙ୍କୁ ଲୋଭ ଦେଖାଇ ବନିଛନ୍ତି ମୁଖ୍ୟମନ୍ତ୍ରୀ