ନିଆଦିଲ୍ଲୀ: ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସଭାପତି ଏମ.କେ ଷ୍ଟାଲିନ୍ । ସେ କହିଛନ୍ତି କି, ଇନଷ୍ଟାଗ୍ରାମରେ ଯୁବପୀଢ଼ୀଙ୍କୁ ପ୍ରଲୋଭିତ କରି ମୁଖ୍ୟମନ୍ତ୍ରୀ ବନିଥିବା କହି ଅଭିଯୋଗ କରିଛନ୍ତି । ଏକ ବିବାହ ଭୋଜିରେ ଯୋଗ ଦେଇଥିବା ଅବସରରେ ଷ୍ଟାଲିନ୍ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ଏହାସହ ସେ କହିଛନ୍ତି କି, ତାମିଲନାଡ଼ୁର ଆଇନ ଶୃଙ୍ଖଳା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସେ କହିଛନ୍ତି କି, ରାଜ୍ୟରେ ଏବେ ବିଶୃଙ୍ଖଳା ବଢ଼ିବାରେ ଲାଗିଛି । ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ଏବେ ବିପଦରେ ରହିଛି । ପୂର୍ବ ସରକାରଙ୍କ ଭଳି ଆଇନ ଶୃଙ୍ଖଳା ଉପରେ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି । ଏହାସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଟିଥିବା ଅଘଟଣ ଯଥା ପାଦପ୍ପାଇରେ କଲୋଜ ଛାତ୍ରଙ୍କ ହତ୍ୟା, ଥୁଥୁକୁଡ଼ିରେ ମଦ୍ୟପାନକୁ ନେଇ ବିବାଦ ପରେ ଯୁବକଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ଷ୍ଟାଲିନ୍ । ସେ କହିଛନ୍ତି କି, ନୂଆ ସରକାର ଆସିବା ଦିନରେ ରାଜ୍ୟରେ ହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି ।

ଏହାସହ ଷ୍ଟାଲିନ୍ କହିଛନ୍ତି କି, ଏବେ ଜନସାଧାରଣଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ୫ ବର୍ଷର ଡିଏମକେ ସରକାରରେ ରାଜ୍ୟରେ ଆଇନ ଶୃଙ୍ଖଳା ଠିକ୍ ରହିଥିଲା । ଯାହା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଥିଲା । ମାତ୍ର ଏବେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡ଼ି ପଡ଼ିଛି ବୋଲି କହିଛନ୍ତି । ଏହାସହ ସେ ନିବେଦନ କରିଛନ୍ତି କି, ନୂଆ ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ଗୁରୁତ୍ବ ଦେବା ଉଚିତ୍ ।

ଏହାସହ ପଢ଼ନ୍ତୁ : ଗୋଟିଏ ମ୍ୟାଚ୍, ଗୋଟିଏ ବାର୍ତ୍ତା: ଆଇପିଏଲକୁ ନେଇ ଏମିତି କହିଲେ ଲିଟନ ଦାସ