୨୫ ତମ ‘କାଠବାଉଁଶୂଳି ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍’ର ଷଷ୍ଠ ଦିନ , ଝୁମ୍ପୁରାକୁ ହରାଇ ଏକାମ୍ର ଭୁବନେଶ୍ଵର ସେମିରେ
କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଉଁଶୂଳି ନେତାଜୀ ୟୁଥ୍ ଆସୋସିଏସନ୍ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି ୨୫ ତମ ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟର ରୌପ୍ୟ ଜୟନ୍ତୀର ଷଷ୍ଠ ଦିବସର ମ୍ୟାଚ୍
Published By :
Pradesh
- Prameya Bureau |
December 28, 2025 07:03 PM
କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଉଁଶୂଳି ନେତାଜୀ ୟୁଥ୍ ଆସୋସିଏସନ୍ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି ୨୫ ତମ ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟର ରୌପ୍ୟ ଜୟନ୍ତୀର ଷଷ୍ଠ ଦିବସର ମ୍ୟାଚ୍ ଏକାମ୍ର ଭୁବନେଶ୍ୱର ଏବଂ ଝୁମ୍ପୁରା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଋଷି ଲାୟନ ଝୁମ୍ପୁରା ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୯ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଏକାମ୍ର ଭୁବେନେଶ୍ବର ୧୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୪.୧ ଅଭରରେ ୬ ୱିକେଟ୍ ହରାଇ ୧୪୦ ରନ୍ କରି ୪ ୱିକେଟରେ ବିଜୟ ହାସଲ କରିବା ସହ, ସେମି ଫାଇନାଲକୁ ପ୍ରବେଶ କରିଛି ଭୁବନେଶ୍ୱର।
ବିଜୟୀ ଦଳ ପକ୍ଷରୁ ପ୍ରବୀଣ ବାବୁ ୨୩ବଲରେ ୫ ଛକା ୫ ଚୌକା ସହାୟତାରେ ୫୫ ରନର ଅର୍ଦ୍ଧ ଶତକୀୟ ପାରି ଖେଳି ଥିବାରୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସ୍ଥାନୀୟ ବିବେକାନନ୍ଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ତନୁରାମ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଛନ୍ତି। ନେତାଜୀ ୟୁଥ୍ ଆସୋସିଏସନ୍ ସଭାପତି ଜଗନ୍ନାଥ ମୋଦିଙ୍କ ନେତୃତ୍ଵରେ ଖେଳ ପ୍ରଦର୍ଶନ ଜାରି ରହିଛି।