ପାଟଣାଗଡ଼, ୫।୩ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନଏସି ସ୍ଥିତ ବିଜୁଜନତାଦଳ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ବିଜେଡି  ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ସଭାପତି ତଥା ପାଟଣାଗଡ଼ ପୁର୍ବତନ ବିଧାୟକ ସରୋଜ କୁମାର ମେହେରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଶ୍ରୀ ମେହେର ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ପ୍ରମୁଖ ଅବଦାନ ରହିଥିଲା ବୋଲି କହିବା ସହ ସମସ୍ତେ ଦଳପାଇଁ ମିଳିମିଶି ଏକ ଜୁଟ ହୋଇ କାମକରିବାକୁ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ ।

ଏହି ଅବସରରେ ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ବ୍ଳକ ଓ ଏନ୍ଏସିର ନୂତନ ଭାବରେ ଦଳ ପକ୍ଷରୁ ବିଭିନ୍ନ ପଦପଦବୀରେ ମନୋନୀତ କରାଯାଇଥିବା ନୂତନ କର୍ମକର୍ତ୍ତା ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ୩ ଗୋଟି ବ୍ଳକ ସହ ଏନସିର ବିଭିନ୍ନ ପଦପଦବୀରେ ଥିବା ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।