ଭୁବନେଶ୍ବର, ୧୫/୨ : ଆସନ୍ତା ୧୭ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ନୂଆ ବିଧାୟକ, ନୂଆ କର୍ଯ୍ୟକର୍ତ୍ତା ନେବେ ପ୍ରଶିକ୍ଷଣ। ଏନେଇ ସୂଚନା ଦେଇଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ । ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ପଞ୍ଚାୟତ ପୂର୍ବରୁ ସଂଗଠନ ସଜାଡ଼ିବା ପାଇଁ ଏହି ପ୍ରଶିକ୍ଷଣ ଶିବିର । ସବୁ ସ୍ତରରେ ପ୍ରଶିକ୍ଷଣ ଶିବିର ହେବ । ଏଥର ଭିନ୍ନ ଧରଣର ହେବ । ପ୍ରଥମେ ରାଜ୍ୟ ଏବଂ ପରେ ଜିଲ୍ଲା ପରେ ୨୫ ତାରିଖରେ ଜୋନାଲ ସ୍ତରୀୟ ଶିବିର ଆୟୋଜନ କରାଯାଇଛି । ଝାଡ଼ଖଣ୍ଡ, ସିକ୍କିମ, ଆଣ୍ଡାମାନ ସମେତ ପୂର୍ବଞ୍ଚଳ ରାଜ୍ୟର ବିଜେପି ନେତା ଯୋଗ ଦେବେ । ପଶ୍ଚିମବଙ୍ଗରେ ନିର୍ବାଚନ ଯୋଗୁଁ ସେ ରାଜ୍ୟର ପ୍ରତିନିଧି ଜୋନାଲ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ ନାହିଁ । ଜୋନାଲ ପ୍ରଶିକ୍ଷଣ ଶିବିରରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ନେଇ ତାରିଖ ନିର୍ଦ୍ଧାରିତ ହୋଇ ନାହିଁ । ତେବେ ନୀତିନ ନବୀନ ଖୁବଶୀଘ୍ର ଓଡ଼ିଶା ଆସିବେ ବୋଲି ମଧ୍ୟ କହିଛନ୍ତି ମନମୋହନ ।

​​​​​​​ଏହାସହ ପଢ଼ନ୍ତୁ : ପ୍ରେମୀଯୁଗଳଙ୍କୁ ହତ୍ୟା : ମେଡିସିନ୍ ଷ୍ଟୋରରୁ ଆରମ୍ଭ ହୋଇଥିବା ପ୍ରେମ, ମଦ ପାର୍ଟିରେ ଶେଷ....