ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ଦ୍ବିତୀୟ ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ ନାଁ ସାମିଲ ଅଛି ।  କପିଲ ମିଶ୍ର ଏବଂ ହରିଶ ଖୁରାନାଙ୍କୁ ଦଳ ଟିକେଟ ଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ପୁଅ ହରିଶ ଖୁରାନା ମୋତି ନଗର ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ବିଜେପି ଏବେ ସୁଦ୍ଧା ୫୮ ପ୍ରାର୍ଥୀ ଦେଇସାରିଛି ।

 ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃଆରୀ ୫ରେ ହେବାକୁ ଥିବା ବେଳେ ଫେବୃଆରୀ ୮ରେ ଫଳାଫଳ ଘୋଷଣା ହେବ । ଆଗାମୀ ନିର୍ବାଚନରେ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ନୂଆଦିଲ୍ଲୀ ଆସନରେ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଟକ୍କର ଦେବେ । 

ନୂଆଦିଲ୍ଲୀ ଆସନରୁ ୩ ଥର ବିଧାୟକ ନିର୍ବାଚିତ କେଜ୍ରିଓ୍ବାଲ ବିଜେପି ପ୍ରାର୍ଥୀ ପରବେଶ ବର୍ମା ଏବଂ କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦିକ୍ଷିତଙ୍କ ସହ ଲଢ଼ିବେ । ସେପଟେ ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସାମ୍ନାରେ ଦୁଇ ହେଭିଓ୍ବେଟ୍‌ ନେତା ପ୍ରାର୍ଥୀ ହୋଇଛନ୍ତି । କାଲକାଜୀ ଆସନରୁ ବିଜେପି ରମେଶ ବିଧୁରୀ ଏବଂ କଂଗ୍ରେସ ଅଳକା ଲାମ୍ବାଙ୍କୁ ଟିକେଟ ଦେଇଛି ।