ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଜେପି ନେତା ବିନୋଦ ତାଓ୍ବଡେଙ୍କ ଉପରେ ନିର୍ବାଚନ କମିଶନଙ୍କ ଆକ୍ସନ, ଟଙ୍କା ବାଣ୍ଟିବା ଅଭିଯୋଗରେ ରୁଜୁ ହେଲା ମାମଲା

Published By : Harapriya Biswal | November 19, 2024 5:19 PM

ମୁମ୍ବାଇ,୧୯।୧୧:  ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ବିଜେପିର ବରିଷ୍ଠ ନେତା ଓ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାଓ୍ବଡୋଙ୍କ ଉପରେ ନାଲାସୋପରାରେ ଟଙ୍କା ବାଣ୍ଟିବାର ଅଭିଯୋଗ ରହିଛି। ଏସମ୍ପର୍କରେ ଏବେ ନିର୍ବାଚନ କମିଶନ୍ ଲୋକ ପ୍ରତିନିଧିତ୍ବ ଅଧିନିୟମ ଅନୁସାରେ, ମାମଲା ରୁଜୁ କରିଛନ୍ତି, ତାଓ୍ବଡେଙ୍କ ସହ ବିଜେପି ପ୍ରାର୍ଥୀ ରାଜନ ନାୟକଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର ରୁଜୁ କରାଯାଇଛି। 

ବିନୋଦ ଟଙ୍କା ବାଣ୍ଟିବାର ଅଭିଯୋଗ ନେଇ ସଫେଇ ଦେଇଛନ୍ତି। ତାଙ୍କର କହିବା ଅନୁସାରେ, ମୋ ବିରୋଧରେ ଏହା ଷଡଯନ୍ତ୍ର। ନିର୍ବାଚନ କମିଶନ ଏହାର ନିରପେକ୍ଷ ଭାବରେ ତଦନ୍ତ କରିବା ଦରକାର। ମୁଁ ଏଠାକୁ କର୍ମୀଙ୍କୁ ଭେଟିବାକୁ ଆସିଥିଲି। ମୁଁ କିଛି ଭୁଲ କାମ କରିନି। ଏହା ମହାବିକାଶ ଅଘାଡି କର୍ମୀଙ୍କ ଷଡଯନ୍ତ୍ର। ପୋଲିସ ଓ ନିର୍ବାଚନ କମିଶନ ଏହାର ଯାଞ୍ଚ କରନ୍ତୁ। ଅନ୍ୟପଟେ ବହୁଜନ ବିକାଶ ଅଘାଡି କର୍ମୀ ଦାବି କରିଛନ୍ତି ଯେ, ତାଓ୍ବଡୋ ୫ କୋଟି ଟଙ୍କା ନେଇ ମୁମ୍ବାଇର ଏକ ହୋଟେଲକୁ ବାଣ୍ଟିବାକୁ ଆସିଥିଲେ।ବହୁଜନ ବିକାଶ ଅଘାଡି କର୍ମୀ ବିଧାୟକ ହିତେନ୍ଦ୍ର ଠାକୁର ବିଜେପି ନେତା ତଥା ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ନାଲସପୋରାର ବିଜେପି ପ୍ରାର୍ଥୀ ରାଜନ ନାଏକଙ୍କର ଏକ ଭିଡିଓ ଜାରି କରିଥିଲେ। ଉଭୟ ପାଲଘର ଜିଲ୍ଲାର ଏକ ହୋଟେଲରେ ଆଲୋଚନା କରିବା ସମୟରେ ତାୱଡେ ୫ କୋଟି ଟଙ୍କା ଦେଇଥିବା ଦଳ ଅଭିଯୋଗ କରିଛି।

ମହାରାଷ୍ଟ୍ରର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କିରଣ କୁଲକର୍ଣ୍ଣୀ କହିଛନ୍ତି, ନାଲାସୋପାରାରୁ ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଥିଲ। ଆଚାର ସଂହିତା ପାଳନ ପାଇଁ ଗଠିତ ନିର୍ବାଚନୀ ମେସିନାରୀଙ୍କ ଫ୍ଲାଇଂ ସ୍କ୍ବାର୍ଡ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚିଥିଲା। ଫ୍ଲାଇଂ ସ୍କ୍ବାର୍ଡ ପରିସରର ସ୍ଥିତି ଅନୁଧ୍ୟାନ କରିଥିଲା ଓ କିଛି ଜିନିଷ ମଧ୍ୟ ଜବତ କରିଥିଲା। ସବୁ କିଛି ଜିନିଷ ଏବେ ନିୟନ୍ତ୍ରଣରେ ରହିଛି । ଯିଏବି ଆଦର୍ଶ ଆଚାର ସଂହିତାର ଉଲଂଘନ କରିବ, ତାଙ୍କ ବିରୋଧରେ ସମାନ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.