ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ବ୍ଲକସ୍ତରୀୟ ଏନଆରଇଜିଏସ ଜନଶୁଣାଣୀ ଶିବିର ,ପଟଖଲିଆ ପଞ୍ଚାୟତରେ ସର୍ବାଧିକ ଶ୍ରମ ଦିବସ

Published By : Prameya | February 1, 2025 8:08 PM

ଚନ୍ଦାହାଣ୍ଡି ୧।୨ (ଆ ପ୍ର ): ଚନ୍ଦାହାଣ୍ଡି ବ୍ଲକ ସଭାଗୃହଠାରେ ବ୍ଲକ ସ୍ତରୀୟ ଏମଜିଏନଆରଜିଏସ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ  ରାମକୃଷ୍ଣ ନାୟକ ସଭାପତିତ୍ବ  କରିଥିଲେ। ମୁଖ୍ୟ ଅତିଥି ଭାବେ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ  ଯୋଗ ଦେଇ ଥିଲେ l ସମ୍ମାନୀତ ଅତିଥି ଭାବେ  ଜିଲ୍ଲା ପରିଷଦ ଜୋନ  ସଭ୍ୟା ବର୍ଷାରାଣୀ ପଟେଲ, କେତକୀ ମଲ୍ଲି ଗୌଡ଼, ଉପାଧ୍ୟକ୍ଷ, ବାସୁଦେବ ଗୌଡ଼, ଜିଲ୍ଲା ସୋସିଆଲ ଅଡିଟ ବୈବଷୁତ   ଚାଲାଣ, ଜିଲ୍ଲା ଏନଆରଜିଏସ ସଂଯୋଜକ ସୁଧାଂଶୁ ଶେଖର ସାହୁ, ବିଜେପି ନେତା ନବ ନାୟକ   ବ୍ଲକ ସହକାରୀ ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ବେହେରା ଯୋଗ ଦେଇଥିଲେ। 

ଚନ୍ଦାହାଣ୍ଡି ବ୍ଲକର ୧୪ଟି ପଞ୍ଚାୟତରେ ୪ କୋଟି ୭୬ ଲକ୍ଷ  ୩ ଶହ ୫୭  ଶ୍ରମଦିବସ ସୃଷ୍ଟି କରାଯିବା ସହ ସର୍ବ ମୋଟ  ୭ କୋଟି ୫୦ ଲକ୍ଷ ୫ ଶହ ୪୮  ଟଙ୍କା ଖର୍ଚ୍ଚ କରାଯାଇଥିବା  ଜିଲ୍ଲା ସାମାଜିକ ସମୀକ୍ଷକ  ବୈବସୁତ ଚାଲାଣ ସୂଚନା ଦେଇଥିଲେ। ୧୪ ଟି ପଞ୍ଚାୟତ ମଧ୍ୟରୁ  ପଟଖଲିଆ ପଞ୍ଚାୟତରେ ସର୍ବାଧିକ  ଶ୍ରମ ଦିବସ ସୃଷ୍ଟି  କରାଯାଇଛି।

ଏନଆରଜିଏସ କାର୍ଯ୍ୟରେ ଡିସପ୍ଲେ ବୋର୍ଡ, ସୂଚନା ଫଳକ ଲାଗିବା ବାଧ୍ୟତା ମୂଳକ ହେବା ସହ  ମେସିନ ଦ୍ୱାରା କାମ କରିବା ନିଷେଧ ଏବଂ ଲାଇଭ  ଏନଏମଏସ କରାଯିବ ବୋଲି  ଜିଲ୍ଲା  ସଂଯୋଜକ  ସୁଧାଂଶୁ ଶେଖର ସାହୁ   ସୂଚନା ଦେଇ ଥିଲେ l ଜନଶୁଣାଣୀ ଶିବିରରେ   ଜଙ୍ଗଲ, ବିଭାଗ ମୃତ୍ତିକା ସଂରକ୍ଷଣ,  ବିଭାଗ ଅଧିକାରୀ ସମେତ   ସମସ୍ତ ପଞ୍ଚାୟତ ଏସିଡିଓ, ପିଇଓ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଏନଆରଜିଏସ ବ୍ଲକ ସଂଯୋଜିକା  ଜୟନ୍ତୀ ମହାରଣା, ସୁରେଶ ନାୟକ, ଝିଲ୍ଲୀ ଅଗସ୍ତି, ଅନୁପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଜନ ଶୁଣାଣି ଶିବିରରେ ସହଯୋଗ କରିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.