ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ସମୁଦ୍ର ମଧ୍ୟରେ ଓଲଟିଲା ଡ଼ଙ୍ଗା; ଜଣେ ନିଖୋଜ, ପହଁରି ପହଁରି ଫେରିଲେ ୬ଜଣ

Published By : Harapriya Sethi | August 28, 2025 10:31 AM

ଛତ୍ରପୁର, ୨୮/୦୮: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ପୋଡମପେଟା ସମୁଦ୍ରରେ ଅଘଟଣ । ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଡଙ୍ଗା । ୬ଜଣ ପହଁରି ପହଁରି ଡଙ୍ଗା ନିକଟକୁ ଫେରି ଆସିଥିଲେ । ମାତ୍ର ଜଣେ ମତ୍ସ୍ୟଜୀବୀଙ୍କ ପତ୍ତା ମୁଳିନାହିଁ । ନିଖୋଜ ଯୁବକ ଜଣକ ହେଲେ ଏଙ୍ଗ.କାଳେୟା (୪୯ ବର୍ଷ) । ଅଗ୍ନିଶମ ବାହିନୀ ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । 

ସୂଚନା ମୁତାବକ, ଗୁରୁବାର ସକାଳ ୪ଟାରେ ଏଙ୍ଗ.କାଳେୟା ସମୁଦ୍ରକୁ ମାଛ ଧରିବା ପାଇଁ ଛତ୍ରପୁର ବ୍ଲକ୍ ସାନ ନୋଳିଆ ନୂଆଗାଁର ୬ ଜଣଙ୍କୁ ସାଙ୍ଗରେ ନେଇ ବାହାରିଥିଲେ । କିନ୍ତୁ ପୋଡମପେଟା ନିକଟ ସମୁଦ୍ରକୁ ପ୍ରବେଶ କରିବା ମାତ୍ର କିଛି ସମୟ ମଧ୍ୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ୭ଜଣ ମତ୍ସ୍ୟଜୀବୀ ଡଙ୍ଗାରୁ ଛିଟିକି ପଡ଼ିଥିଲେ । ପରବର୍ତ୍ତୀ ସମୟରେ ୬ଜଣ ପହଁରି ପହଁରି ଡଙ୍ଗା ପାଖକୁ ଆସିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଏଙ୍ଗ. କାଲେୟା ଆଉ ଆସିପାରି ନଥିଲେ । ସ୍ଥାନୀୟ ଲୋକେ ବହୁ ଚେଷ୍ଟା କଲେ କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିଲା ନଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ଘଟଣା ସ୍ଥଳରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପହଞ୍ଚି ଲୋକଙ୍କ କଥା ଶୁଣି ପ୍ରଶାସନ ସହ ଆଲୋଚନା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.