ପ୍ରମୂଖ ଖବର
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ସୀମାନ୍ତରେ ଗୁଳି ବିନିମୟ ଘଟଣା, ୨୭ମାଓବାଦୀଙ୍କ ମୃତଦେହ ଉଦ୍ଧାର, ଦୁଇ ସହିଦ ଯବାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

Published By : Gurupada Nath | May 22, 2025 9:20 PM

ମାଲକାନଗିରି, ୨୨/୫ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ନାରାୟଣପୁର ଜିଲ୍ଲା ମଧ୍ୟରେ ଥିବା ଅବୁଜମାଡ଼ ଜଙ୍ଗଲରେ ଗତକାଲି ସୁରକ୍ଷା କର୍ମୀଙ୍କ ଏନକାଣ୍ଟରରେ ୨୭ଜଣ ମାଓବାଦୀ ନିହତ ହୋଇଥିବାବେଳେ ଘଟଣାରେ ଦୁଇ ଜଣ ଡିଆରଜି ଯବାନ ମଧ୍ୟ ସହିଦ ହୋଇଥିଲେ। 

ଆଜି ମୃତ ମାଓବାଦୀଙ୍କ ମର ଶରୀରୀ ଓ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀ ଗୁଡିକୁ ଜବତ କରି ନାରାୟଣପୁର ପୁଲିସ ମୁଖ୍ୟାଳୟକୁ ଅଣାଯାଇଛି। ସେହିପରି ଦୁଇ ସହିଦ ଯବାନଙ୍କୁ ନାରାୟଣପୁର ପୁଲିସ କାର୍ଯ୍ୟାଳୟରେ ଛତିଶଗଡ଼ର ଡିଜି ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଗୁଳି ବିନିମୟରେ ନିହତ ନମ୍ବାଲା କେଶବ ରାଓ ଓରଫ ବାସବ ରାଜୁ ମାଓ ସଙ୍ଗଠନର ମେରୁଦଣ୍ଡ ସଦୃଶ କାର୍ଯ୍ୟ କରୁଥିବା ବେଳେ ତାର ମୃତ୍ୟୁ ଯବାନଙ୍କୁ ବଡ଼ ସଫଳତା ଆଣି ଦେଇଛି । 

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଓ ଝାଡ଼ଖଣ୍ଡରେ ମଧ୍ୟ କେଶବ ରାଓଙ୍କ ମୁଣ୍ଡ ଉପରେ ଦୁଇ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ହେଲେ ସବୁବେଳେ ପୋଲିସକୁ ଚକମା ଦେଇ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଖସି ପଳାଇଥିଲେ ବାସବ ରାଜୁ। ଶେଷରେ ଛତିଶଗଡ଼ ଡିଆରଜି ବାହିନୀର ଗୁଳିରେ ପ୍ରାଣ ହରାଇଛି। ଘଟଣାସ୍ଥଳରୁ ୩ଟି ୧୨ବୋର ବନ୍ଧୁକ, ୮ଟି ଥ୍ରୀ ନଟ ଥ୍ରୀ ବନ୍ଧୁକ, ୪ଟି ଏସଏଲଆର ବନ୍ଧୁକ, ୩ଟି ଏକେ୪୭ ବନ୍ଧୁକ, ୬ଟି ଇନ୍ସାସ ବନ୍ଧୁକ, ୩ଟି ବିଜିଏଲ ଲଞ୍ଚର, ଗୋଟିଏ କାର୍ବାଇନ ଓ ୩୦ରୁ ଊର୍ଦ୍ଧ୍ବ ଛୋଟ ବଡ଼ ବିଜିଏଲ ସେଲ ଜବତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.