ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ବଲାଙ୍ଗୀର-ଖୋର୍ଦ୍ଧା ରେଲୱେ ଲାଇନ୍‌ରେ ପ୍ରଥମ ମୃତ୍ୟୁ, ଯୁବକଙ୍କ ମୃତଦେହ ଉଦ୍ଧାର

Published By : Rasmita Pradhan | July 25, 2025 10:46 AM

ମନମୁଣ୍ଡା, ୨୫/୭ : ବଲାଙ୍ଗୀର-ଖୋର୍ଦ୍ଧା ରେଲୱେ ଲାଇନ୍‌ରେ ପ୍ରଥମ ମୃତ୍ୟୁ। ଶୁକ୍ରବାର ସକାଳେ ମନମୁଣ୍ଡା ଥାନା ପୁରୁଣାପାଣି ରେଳ ଷ୍ଟେସନ ପାଖ ସାନ ଡୁଙ୍ଗୁରିପାଲି ଓଭରବ୍ରିଜ୍ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ଗୋଡ଼ କଟି ଯାଇଛି। ମୃତକ ପୁରୁଣାପାଣି ଗ୍ରାମର ନରେନ୍ଦ୍ର ବେହେରା (୨୫ ବର୍ଷ) ବୋଲି ଜଣାପଡ଼ିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଆଇଆଇସି ଅଞ୍ଜଳି ବିଶ୍ଵାଳଙ୍କ ନିର୍ଦ୍ଦେଶରେ ମନମୁଣ୍ଡା ପୁଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। 

ପ୍ରକାଶ ଥାଉକି, କିଛି ଦିନ ତଳେ ଉକ୍ତ ରେଳ ଧାରଣାରେ ଜଣେ ନାବାଳକ ବିପଦସଙ୍କୁଳ ଅବସ୍ଥାରେ ଶୋଇଥିବା ଭିଡିଓ ଭାଇରାଲ୍ ହୋଇଥିଲା। ତା' ଉପରେ ଟ୍ରେନ୍ ଯାଉଥିବା ଦୃଶ୍ୟ ଚାଞ୍ଚଲ୍ୟ ଖେଳାଇଥିଲା। ଏହି ଅଞ୍ଚଳରେ ପ୍ରଥମ ରେଳପଥ ହୋଇଥିବାରୁ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଥିଲା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.