ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଅଭିନେତା ସୋନୁ ସୁଦ୍‌ଙ୍କ ପତ୍ନୀ ସୋନାଲି ଦୁର୍ଘଟଣାର ଶିକାର, ଗୁରୁତର ରହିଥିବା ସୂଚନା ...

Published By : Prameya | March 25, 2025 6:52 PM

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ସହ ଜଡିତ ଏକ ବଡ଼ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି। ଅଭିନେତାଙ୍କ ପତ୍ନୀ ସୋନାଲି ସୁଦ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ମୁମ୍ବାଇ-ନାଗପୁର ହାଇୱେ ନିକଟରେ ଘଟିଛି। ଏହି ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ମିଳିନାହିଁ। ଘଟଣାସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସୋନାଲି ସୁଦଙ୍କ କାର ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି। ଆପଣଙ୍କୁ କହି ରଖୁଛୁ ଯେ, ଯେତେବେଳେ କି ସୋନୁ ସୁଦ ନିଜ ଅଭିନୟ ପାଇଁ ବେସ୍ ଚର୍ଚ୍ଚିତ ରହିଛନ୍ତି, ଏହି ସମୟରେ କିନ୍ତୁ ତାଙ୍କ ପତ୍ନୀ ସମ୍ପୂର୍ଣ୍ଣ ଓଲଟା । ସୋନାଲି ସୁଦ୍ ନିଜକୁ ଲାଇମଲାଇଟରୁ ଦୂରରେ ରଖିଥାନ୍ତି। ଏବେ ଆସନ୍ତୁ ଜାଣିବା ଦୁର୍ଘଟଣା ପରେ ସୋନୁ ସୁଦଙ୍କ ପତ୍ନୀ ସୋନାଲୀଙ୍କ ଅବସ୍ଥା କିଭଳି ରହିଛି ...

ରିପୋର୍ଟ ଅନୁସାରେ, ସୋନୁ ସୁଦଙ୍କ ନିକଟତର ଲୋକମାନେ କହିଛନ୍ତି ଯେ ସୋନୁ ସୁଦଙ୍କ ପତ୍ନୀଙ୍କର ଦୁର୍ଘଟଣା ହୋଇଛି କିନ୍ତୁ ଚିନ୍ତା କରିବାର କିଛି ନାହିଁ। ସେହିପରି, ସୋନାଲି ସୁଦଙ୍କ ଅବସ୍ଥା ସମ୍ପର୍କରେ ସୋନୁ ସୁଦ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ବୟାନ ରେକର୍ଡ କରାଯାଇ ନାହିଁ। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହସ୍ପିଟାଲ ଅଧିକାରୀ ମାନେ କହିଛନ୍ତି ଯେ, ସୋନାଲି ଏବଂ ତାଙ୍କ ପୁତୁରାଙ୍କୁ ଆଗାମୀ ୪୮-୭୨ ଘଣ୍ଟା ପାଇଁ ଅବଜରଭେସନରେ ରଖାଯିବ। ଦୁର୍ଘଟଣା ସମୟରେ ସୋନାଲିଙ୍କ ଭଉଣୀ ମଧ୍ୟ କାରରେ ଥିଲେ। ତାଙ୍କୁ ସାମାନ୍ୟ ଆଘାତ ଲାଗିଛି ଏବଂ ସେ ବିପଦମୁକ୍ତ ଅଛନ୍ତି।



ସୋନୁ ସୁଦ ଏବଂ ସୋନାଲି ସୁଦ କରୋନା ସମୟରେ ବେସ୍ ପ୍ରଂଶସା ସାଉଁଟିଥିଲେ। ଏହି ଦମ୍ପତ୍ତି ପ୍ରତ୍ୟେକ କଷ୍ଟ ସମୟରେ ଲୋକ ମାନଙ୍କ ପାଖରେ ପରସ୍ପର ସହିତ କାନ୍ଧ ମିଳାଇ ଛିଡା ହୋଇଥାନ୍ତି। ସୋନୁ ସୁଦ ୧୯୯୬ ମସିହାରେ ସୋନାଲି ସୁଦଙ୍କ ସହ ବିବାହ କରିଥିଲେ। ସୋନାଲି ହୁଏତ ଲାଇମଲାଇଟ୍‌ରୁ ଦୂରରେ ରହିପାରନ୍ତି କିନ୍ତୁ ସେ ପେଶାରେ ଜଣେ ପ୍ରଯୋଜିକା। 


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.