ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ସହ ଜଡିତ ଏକ ବଡ଼ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି। ଅଭିନେତାଙ୍କ ପତ୍ନୀ ସୋନାଲି ସୁଦ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ମୁମ୍ବାଇ-ନାଗପୁର ହାଇୱେ ନିକଟରେ ଘଟିଛି। ଏହି ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ମିଳିନାହିଁ। ଘଟଣାସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସୋନାଲି ସୁଦଙ୍କ କାର ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି। ଆପଣଙ୍କୁ କହି ରଖୁଛୁ ଯେ, ଯେତେବେଳେ କି ସୋନୁ ସୁଦ ନିଜ ଅଭିନୟ ପାଇଁ ବେସ୍ ଚର୍ଚ୍ଚିତ ରହିଛନ୍ତି, ଏହି ସମୟରେ କିନ୍ତୁ ତାଙ୍କ ପତ୍ନୀ ସମ୍ପୂର୍ଣ୍ଣ ଓଲଟା । ସୋନାଲି ସୁଦ୍ ନିଜକୁ ଲାଇମଲାଇଟରୁ ଦୂରରେ ରଖିଥାନ୍ତି। ଏବେ ଆସନ୍ତୁ ଜାଣିବା ଦୁର୍ଘଟଣା ପରେ ସୋନୁ ସୁଦଙ୍କ ପତ୍ନୀ ସୋନାଲୀଙ୍କ ଅବସ୍ଥା କିଭଳି ରହିଛି ...

ରିପୋର୍ଟ ଅନୁସାରେ, ସୋନୁ ସୁଦଙ୍କ ନିକଟତର ଲୋକମାନେ କହିଛନ୍ତି ଯେ ସୋନୁ ସୁଦଙ୍କ ପତ୍ନୀଙ୍କର ଦୁର୍ଘଟଣା ହୋଇଛି କିନ୍ତୁ ଚିନ୍ତା କରିବାର କିଛି ନାହିଁ। ସେହିପରି, ସୋନାଲି ସୁଦଙ୍କ ଅବସ୍ଥା ସମ୍ପର୍କରେ ସୋନୁ ସୁଦ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ବୟାନ ରେକର୍ଡ କରାଯାଇ ନାହିଁ। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହସ୍ପିଟାଲ ଅଧିକାରୀ ମାନେ କହିଛନ୍ତି ଯେ, ସୋନାଲି ଏବଂ ତାଙ୍କ ପୁତୁରାଙ୍କୁ ଆଗାମୀ ୪୮-୭୨ ଘଣ୍ଟା ପାଇଁ ଅବଜରଭେସନରେ ରଖାଯିବ। ଦୁର୍ଘଟଣା ସମୟରେ ସୋନାଲିଙ୍କ ଭଉଣୀ ମଧ୍ୟ କାରରେ ଥିଲେ। ତାଙ୍କୁ ସାମାନ୍ୟ ଆଘାତ ଲାଗିଛି ଏବଂ ସେ ବିପଦମୁକ୍ତ ଅଛନ୍ତି।



ସୋନୁ ସୁଦ ଏବଂ ସୋନାଲି ସୁଦ କରୋନା ସମୟରେ ବେସ୍ ପ୍ରଂଶସା ସାଉଁଟିଥିଲେ। ଏହି ଦମ୍ପତ୍ତି ପ୍ରତ୍ୟେକ କଷ୍ଟ ସମୟରେ ଲୋକ ମାନଙ୍କ ପାଖରେ ପରସ୍ପର ସହିତ କାନ୍ଧ ମିଳାଇ ଛିଡା ହୋଇଥାନ୍ତି। ସୋନୁ ସୁଦ ୧୯୯୬ ମସିହାରେ ସୋନାଲି ସୁଦଙ୍କ ସହ ବିବାହ କରିଥିଲେ। ସୋନାଲି ହୁଏତ ଲାଇମଲାଇଟ୍‌ରୁ ଦୂରରେ ରହିପାରନ୍ତି କିନ୍ତୁ ସେ ପେଶାରେ ଜଣେ ପ୍ରଯୋଜିକା।