ମନମୁଣ୍ଡା ୮/୧୨ ଓଡ଼ିଶାର ସବୁଠୁ ଛୋଟ ଜିଲ୍ଲା ବୌଦ୍ଧରେ ଠିକାଦାର ମାନେ କାମଧନ୍ଦା ନପାଇ ବହୁ ଦୟନୀୟ ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ବିଶିଷ୍ଟ ଠିକାଦାର ପୁରନ୍ଦର ବକ୍ସିଙ୍କ ଅଧ୍ୟକ୍ଷତାରେ ଆଜି ମନମୁଣ୍ଡା ଡାକବଙ୍ଗଳାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଠିକାଦାର ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଆଲୋଚନା ପର୍ଯ୍ୟଲୋଚନା ପରେ ଏହି ଅଞ୍ଚଳରେ ' ବି ' ଶ୍ରେଣୀ ଠିକାଦାର ଲିମିଟେସନ କାମ କେବଳ ନିଜ ଜିଲ୍ଲାର ଠିକାଦାର କରି ପାରିବେ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିପରି ବାହାର ଜିଲ୍ଲାର ଠିକାଦାର ମାନେ ବୌଦ୍ଧ ଜିଲ୍ଲାରେ ଟେଣ୍ଡର ନପକାଇବାକୁ ଅନୁରୋଧ କରାଯାଇଥିଲା ବେଳେ ସେମାନେ ସହଯୋଗ କାମନା କରାଯାଇଥିଲା। ଆଗାମୀ ଦିନରେ ବୌଦ୍ଧ ଜିଲ୍ଲାର ସମସ୍ତ ଠିକାଦାର ମାନଙ୍କୁ ନେଇ ଏକ ବୈଠକ କରାଯାଇ' ବୌଦ୍ଧ ଜିଲ୍ଲା ଠିକାଦାର ସଂଘର ନୂତନ କମିଟି 'ଗଠନ କରାଯିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଏହି ବୈଠକରେ ଠିକାଦାର ଡମ୍ବରୁଧର କହଁର (ଟିକୁ )ସୁଧୀର ମହାକୁଡ, ସରୋଜ ତ୍ରିପାଠୀ (ଟିଙ୍କୁ), ବିପ୍ର ଚରଣ ବେହେରା, ଶିବ ଚୋଉଳିଆ, ଅଶୋକ ସିଂ, ଶିବ କର୍ଣ୍ଣ, ଗଣ କର୍ଣ୍ଣ, ରଞ୍ଜିତ ସାହୁ, ସୁଶିଲ ସାହୁ, ସଞ୍ଜୀବ ସାହୁ, ଝସ୍କେନ୍ ମେହେର ଓ ଆହୁରି ଅନେକ ଯୋଗ ଦେଇଥିଲେ।