ମୁମ୍ୱାଇ - ଦିଲଜିତ ଦୋସାଞ୍ଜଙ୍କ ଫିଲ୍ମ 'ସତଲୁଜ' ଗତ କିଛି ଦିନ ହେବ ଲଗାତାର ଚର୍ଚ୍ଚାରେ ରହିଛି। ଯେଉଁଠି ଗୋଟେପଟେ ସୋସିଆଲ ମିଡିଆରେ ଲୋକେ ଏହି ଫିଲ୍ମକୁ ଖୋଲାଖୋଲି ସମର୍ଥନ କରିବା ସହ ଏହାକୁ ଓଟିଟିରୁ ହଟେଇବା ନିଷ୍ପତ୍ତି ଉପରେ କ୍ରୋଧିତ ହୋଇଛନ୍ତି , ଅନ୍ୟପଟେ ଅଭିନେତା ଅନ୍ନୁ କପୁର ଏହି ମାମଲାରେ ଅପ୍ରତ୍ୟକ୍ଷ ଭାବେ ସରକାରଙ୍କୁ ସମର୍ଥନ କରିଛନ୍ତି। ଅନ୍ନୁ କପୁର କହିଛନ୍ତି , ଏହି ମାମଲାରେ ଫିଲ୍ମ ମେକରଙ୍କୁ ପବ୍ଲିକର ସହାନୁଭୂତି ସାଉଁଣ୍ଟିବା ବଦଳରେ ସରକାରଙ୍କୁ ସିଧାସଳଖ କୋର୍ଟରେ ଚ୍ୟାଲେଞ୍ଜ ଦେବା ଉଚିତ୍।

ସୂଚନା ଯେ, ପ୍ରଥମେ ଫିଲ୍ମର ଟାଇଟଲ ଅନେକ ଥର ବଦଳା ଯାଇଥିଲା ଏବଂ ପରେ ସେନ୍ସର ବୋର୍ଡର କହିବାନୁସାରେ ଏଥିରେ ଅନେକ ସ୍ଥାନରେ ପରିବର୍ତ୍ତନ କରାଯାଇ ଥିଲା। ଫାଇନାଲି ଯେବେ ଏହି ଫିଲ୍ମ ସିନେମାହଲ୍ ପରିବର୍ତ୍ତେ ଓଟିଟିରେ ରିଲିଜ ହେଲା ,ତ ଏହାକୁ ଦୁଇ ଦିନ ପରେ ଜି-୫ରୁ ହଟେଇ ଦିଆ ଯାଇଛି।

ଆହୁରି ମଧ୍ୟ ପଢନ୍ତୁ - 72st National Films Awards: କାର୍ତ୍ତିକ-ମମୁଟି ଶ୍ରେଷ୍ଠ ଅଭିନେତା, ୟାମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ : 'ଶ୍ରୀକାନ୍ତ' ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର

ଏବେ ଲିଜେଣ୍ଡରୀ ଅଭିନେତା ଅନ୍ନୁ କପୁର ଏହି ପୂରା ମାମଲାରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି , ଫିଲ୍ମମେକରଙ୍କୁ ଉକ୍ତ ମାମଲାରେ ଲିଗାଲ ଆଭିମୁଖ୍ୟ ଆପଣାଇବା ଉଚିତ୍। ଏକ ସଦ୍ୟ ସାକ୍ଷାତକାରରେ ୭୦ ବର୍ଷିୟ ଅନ୍ନୁ କପୁର କହିଥିଲେ – ଆପଣ ନିଜ ପକ୍ଷ ରଖିଲେ , କିନ୍ତୁ ନିୟମ ଓ ଆଇନ ତ ରହିଛି, ଯଦି ସେନସର ବୋର୍ଡ ଅନୁମତି ଦେଇ ନଥିଲା , ତ ଆପଣ ଏହାକୁ ଅପଲୋଡ୍ କାହିଁକି କଲେ ? ଅଭିନେତା କହିଛନ୍ତି ଯେ, ସେ ଭଲ ଭାବେ ଜାଣନ୍ତି ଯେ, କୌଣସି ପ୍ରୋଜେକ୍ଟର ଟପିକ୍ ବିବାଦୀୟ ହୋଇପାରେ , କିନ୍ତୁ ଯଦି ସେ ଭାବୁଛନ୍ତି ଯେ, ତାଙ୍କ ସହ ଅନ୍ୟାୟ ହୋଇଛି , ତ ଲୋକଙ୍କ ସହାନୁଭୂତି ଲୁଟିବା ପରିବର୍ତ୍ତେ , ତାଙ୍କୁ କୋର୍ଟଙ୍କ ଦ୍ୱାରସ୍ଥ ହେବା ଉଚିତ୍।

ଭିକ୍କି ଡୋନର , ଡ୍ରିମ୍ ଗର୍ଲ , ହମାରେ ବାରହ ଓ ତେଜାବ ଭଳି ଫିଲ୍ମର ସଦସ୍ୟ ଥିବା ଅନ୍ନୁ କପୁର କହିଛନ୍ତି ଏହା ନିଜ ଉପରେ ଦୟା ଅନୁଭବ କରିବା ଭଳି। ଆପଣଙ୍କୁ ଏହା ପରିବର୍ତ୍ତେ ସୁପ୍ରିମକୋର୍ଟ ଯିବା ଉଚିତ୍। ଆପଣ ଏହାକୁ ନେଇ କାନ୍ଦୁଛନ୍ତି କାହିଁକି ? ଅଭିଯୋଗ କାହିଁକି କରୁଛ ? ଅଭିନେତା କହିଛନ୍ତି , ଏହିପରି ପରିସ୍ଥିତି ପାଇଁ ଏକ ସଠିକ୍ ଆଇନର ରାସ୍ତା ଅଛି, ଏଥିପାଇଁ ଏହି ପ୍ରସଙ୍ଗରେ ସର୍ବସାଧାରଣରେ କାନ୍ଦିବା ଆବଶ୍ୟକ ନାହିଁ।

ଅନ୍ନୁ କପୁର କହିଛନ୍ତି , ଆମ ସମସ୍ତଙ୍କୁ ନିଜ ନିଜର ମତ ଦେବାର ପୂର୍ଣ୍ଣ ଅଧିକାର ରହିଛି, ହେଲେ କିଛି ଲୋକ ଜାଣିଶୁଣି ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି। କହି ରଖୁଛୁ କି , ଫିଲ୍ମ ସତଲୁଜ ପ୍ରଥମେ ଫିଲ୍ମହଲରେ ପଞ୍ଜାବ ୯୫ ନାମରେ ରିଲିଜ ହେବାର ଥିଲା। କିନ୍ତୁ ଫିଲ୍ମର କଣ୍ଟେଣ୍ଟକୁ ନେଇ ସେନ୍ସର ବୋର୍ଡ ଆଶ୍ୱସ୍ତି ନଥିଲା। ଫିଲ୍ମରେ ସିବିଏଫସି ମେକର୍ସଙ୍କୁ ମୋଟ୍ ୧୨୭ଟି କଟ୍ ଲଗେଇବାକୁ କହିଥିଲା, ଯାହାପରେ ଭାରତୀୟ ଅଧିକାରୀଙ୍କ କଥିତ ଅଭିଯୋଗ ଯୋଗୁଁ ୨୦୨୩ ଟୋରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଏହାର ସ୍କ୍ରିନିଂ ମଧ୍ୟ ରଦ୍ଦ କରିଦିଆ ଯାଇ ଥିଲା।