ଭଞ୍ଜନଗର,୨।୬: ସୋରଡ଼ା ଥାନା ଅନ୍ତର୍ଗତ ସାମନ୍ତରାଘାଇ ଛକ ଠାରେ ଏକ ଦୋକାନ ଘରେ ଗ୍ୟାସ ସିଲିଣ୍ଡର ଫାଟି ଲାଗିଲା ନିଆଁ l ନିଆଁ ସସ୍ପର୍ଶରେ ଆସି ଦୋକାନରେ ଥିବା ନାବାଳକ ଜଳିଯାଇ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣଙ୍କ ହେଲେ ଦୁଲାଡ଼ ଗ୍ରାମର ବାଦଲ ମୂଳି l ନାବାଳକ ମାମୁଁ ଘର ଦୋକାନରେ ରହିଥିବା ଅବସ୍ଥାରେ ଘଟିଛି ଘଟଣା l
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାମନ୍ତରା ଘାଇ ଛକ ଠାରେ ଥିବା ତେଜରାତି ଦୋକାନରେ ଥିବା ଗ୍ୟାସ ସିଲିଣ୍ଡର ହଠାତ ଫାଟି ଯାଇଥିଲା। ଫଳରେ ଦୋକାନରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ବାଦଲ ଦୋକାନ ଭିତରେ ଥିଲେ। ବାଦଲ ନିଆଁ ଭିତରୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଘଟଣା ସ୍ଥଳରେ ସୋରଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣାସ୍ଥଳରେ ସୋରଡା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ବଡ଼ଗଡ ଥାନା ଗାଙ୍ଗପୁର ଗ୍ରାମର ବାଦଲ ମୂଳି ନିଜ ଅଜାଘରକୁ ଖରା ଛୁଟିରେ ବୁଲିବାକୁ ଆସିଥିଲେ ।
ଆହୁରି ପଢନ୍ତୁ : କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ସରିଲା ମୃତ ସୁଶାନ୍ତ ସାହୁଙ୍କ ପୋଷ୍ଟମର୍ଟମ