କୋଣାର୍କ, ୨୨।୧୧ : ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ବ୍ରାଜିଲର ମୁଖ୍ୟ ବିଚାରପତି। ଶନିବାର ମୁଖ୍ୟ ବିଚାରପତି ଆଣ୍ଟୋନିଅ ହରମାନ ବୋଞ୍ଜାମିନ କୋଣାର୍କରେ ପହଞ୍ଚିବା ପରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ସ୍ବୀକୃତିପ୍ରାପ୍ତ ଗାଇଡ ବିଶେଶ୍ୱର ଦାଶ ସୂର୍ଯ୍ୟମନ୍ଦିରର ଐତିହାସିକ ତଥ୍ୟ ବୁଝାଇ ଦେଖାଇଥିଲେ। କୋଣାର୍କର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ସେ ବିମୋହିତ ହୋଇପଡ଼ିଥିଲେ।
ବ୍ରାଜିଲ୍ ମୁଖ୍ୟ ବିଚାରପତି ଆଣ୍ଟୋନିଅ ହରମାନ ବୋଞ୍ଜାମିନଙ୍କ ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ବେହେରା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଥିଲା।