ନୂଆଦିଲ୍ଲୀ,୦୧/୦୬: ୟୁକ୍ରେନ୍ ସୀମା ନିକଟବର୍ତ୍ତୀ ଋଷରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଛି । ପୋଲ ଭାଙ୍ଗି ଏକ ଯାତ୍ରୀବାହି ଟ୍ରେନ ଟ୍ରାକରୁ ଖସି ପଡ଼ିଛି । ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଛି । ୩୦ ଜଣ ଆହତ ହୋଇଛନ୍ତି । ଟ୍ରେନଟି ମସ୍କୋରୁ କ୍ଲିମୋଭ ଯାଉଥିବା ସମୟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଦୁର୍ଘଟଣାର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଟ୍ରେନର ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ପଶ୍ଚିମ ଋଷର ବ୍ରାୟନ୍ସକ ଅଞ୍ଚଳରେ ଦୁର୍ଘଟଣା ହୋଇଛି । ପୋଲ ଭାଙ୍ଗିବାରୁ ଟ୍ରାକରୁ ଟ୍ରେନ୍ ଖସି ପଡିଥିଲା । ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କର ମଧ୍ୟରେ ଟ୍ରେନ ଡ୍ରାଇଭର ମଧ୍ୟ ରହିଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଥିବା ଜଣାପଡିଛି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଖବର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲେ । ୟୁକ୍ରେନ୍ ସୀମାକୁ ଲାଗିଥିବା ଅଞ୍ଚଳରେ ଦୁର୍ଘଟଣା ହୋଇଛି । ଅବୈଧ ହସ୍ତକ୍ଷେପକୁ ଦାୟୀ କରିଛନ୍ତି କର୍ତ୍ତୃପକ୍ଷ ହେଲେ ଦୁର୍ଘଟଣାର କାରଣ ଜଣାପଡିନାହିଁ ।
କେଉଁ କାରଣକୁ ଦୁର୍ଘଟଣା ହେଲା । ଯାନ୍ତ୍ରିକ ତ୍ରୁଟି ନା ଅନ୍ୟ କିଛି ତାର ତଦନ୍ତ ଚାଲିଛି । ଦୁର୍ଘଟଣାର କାରଣ ପରିବହନ ସଞ୍ଚାଳକଙ୍କ ଅବୈଧ ହସ୍ତକ୍ଷେପ ବୋଲି କୁହାଯାଉଛି । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।