ଶଗଡା,୨୦/୧୧(ଆପ୍ର); ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ତିଲପଙ୍ଗା ଗ୍ରାମରେ ଗୁଳିକାଣ୍ଡ । ଶାଳକ ଗୁଳିମାଡରେ ଭିଣୋଇ ଗୁରୁତର । ଗୁରୁତର ଜଣକ ହେଲେ ବ୍ୟମକେଶ ଖଟୁଆ । ଗୁରୁବାର ସନ୍ଧ୍ୟାରେ ଘରୋଇ କଳହକୁ କେନ୍ଦ୍ର କରି ବ୍ୟମକେଶଙ୍କୁ ତାଙ୍କ ଶଳା ଗୁଳିମାରିଥିବା ନେଇ ଅଭିଯୋଗ ହୋଇଛି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ସୋନପୁର ମେଡିକାଲ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ମନମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁ । ଗୁଳିକାଣ୍ଡ ଘଟାଇ ଶାଳକ ଫେରାର ହୋଇଯାଇଛି।