ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନିର୍ଦ୍ଦେଶକ ତଥା ଗୀତିକାର ବୃନ୍ଦାବନ ଜେନାଙ୍କ ପରଲୋକ; ୮୧ ବର୍ଷ ବୟସରେ ଦେହାନ୍ତ

Published By : Gurupada Nath | January 29, 2025 8:15 PM

କଟକ, ୨୯/୧ : ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଗୀତିକାର ବୃନ୍ଦାବନ ଜେନାଙ୍କ ପରଲୋକ । ୮୧ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବାଟ ଅବାଟ, ଶାସ୍ତି ଓ ହରପାର୍ବତୀ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ବୃନ୍ଦାବନ। ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର ଭଳି କାଳଜୟୀ ଗୀତ ରଚନା କରିଥିଲେ ବୃନ୍ଦାବନ । ଗେଲବସରର ଦିନ ସରିଗଲା ଭଳି ଗୀତ ମଧ୍ୟ ସେ ରଚନା କରିଥିଲେ । 

୩୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ରଚନା କରି ପୁରସ୍କୃତ ହୋଇଥିଲେ ବୃନ୍ଦାବନ । ଗୀତିକାର ଭାବେ ଘର ସଂସାର, ଧରିତ୍ରୀ, ସିନ୍ଦୁର ବିନ୍ଦୁ ଭଳି ଚଳଚ୍ଚିତ୍ରରେ ମଧ୍ୟ ବୃନ୍ଦାବନ କାମ କରିଥିଲେ ।

୨୦୦୮ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ, ୨୦୦୫ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ୨୦୦୬ରେ ଓଡ଼ିଆ ଗୀତିକବି ସମ୍ମାନ, ୨୦୧୧ରେ ସମ୍ମାନଜନକ ଫକୀରମୋହନ ଗୀତିଶ୍ରୀ ସମ୍ମାନ, ୨୦୧୫ରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଦତ୍ତ ଗୀତିକବି ସମ୍ମାନରେ ସମ୍ମାନରେ ସମ୍ମାନୀତ ହୋଇଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.