ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଖୁସି ଖବର, ବଢ଼ିପାରେ ସର୍ବନିମ୍ନ ମାସିକ ପେନ୍‌ସନ

Published By : Anindita Ratha | January 15, 2025 8:54 AM

ନୂଆଦିଲ୍ଲୀ,୧୫/୦୧: ଇପିଏଫ୍‌ଓର କୋଟି କୋଟି ଉପଭୋକ୍ତାଙ୍କୁ ଏଥର ବଜେଟ୍‌ରେ ମିଳିପାରେ ଖୁସି ଖବର । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇପିଏଫ୍‌ଓ ସଦସ୍ୟଙ୍କ ସର୍ବନିମ୍ନ ମାସିକ ପେନ୍‌ସନକୁ ୧୦୦୦ ଟଙ୍କାରୁ ବଢ଼ାଇ ୭,୫୦୦ ଟଙ୍କା କରାଯାଇପାରେ । ପେନ୍‌ସନଭୋଗୀଙ୍କ ଏକ ପ୍ରତିନିଧିଦଳ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ସର୍ବନିମ୍ନ ମାସିକ ପେନ୍‌ସନ ବଢ଼ାଇବା ଲାଗି ଦାବି କରିଛନ୍ତି । ଅର୍ଥମନ୍ତ୍ରୀ ସେମାନଙ୍କ ଦାବି ଉପରେ ବିଚାର କରିବା ପାଇଁ ଆଶ୍ୱାସନା ଦେଇଛନ୍ତି । 

ଆର୍ଥିକବର୍ଷ ୨୦୨୫-୨୬ର ବଜେଟ୍‌ ଫେବ୍ରୁଆରୀ ୧ରେ ଉପସ୍ଥାପିତ ହେବ । ଏହାକୁ ନେଇ ଜାନୁଆରୀ ୧୦ରେ ଇପିଏସ୍‌-୯୫ ନ୍ୟାସ୍‌ନାଲ ଏଜିଟେସନ କମିଟି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ । ଏହା ପୂର୍ବରୁ ଶ୍ରମିକ ସଂଗଠନଗୁଡ଼ିକ ବି ସୀତାରମଣଙ୍କ ସହ ବୈଠକ କରିଥିଲେ । ସେମାନେ ଅର୍ଥମନ୍ତ୍ରୀଙ୍କୁ ଇପିଏସ୍‌ ଜରିଆରେ ମିଳୁଥିବା ସର୍ବନିମ୍ନ ପେନ୍‌ସନକୁ ୫ ଗୁଣା କରିବା ପାଇଁ, ଅଷ୍ଟମ ବେତନ ଆୟୋଗର ତତ୍କାଳ ଗଠନ ଏବଂ ଅତି ଧନୀଙ୍କ ଉପରେ ଅଧିକ କର ଲଗାଇବା ପାଇଁ ଦାବି କରିଥିଲେ । କିନ୍ତୁ ଇପିଏସ୍‌-୯୫ ନ୍ୟାସ୍‌ନାଲ ଏଜିଟେସନ କମିଟି ୫,୦୦୦ ଟଙ୍କାର ପେନ୍‌ସନ ଯଥେଷ୍ଟ ନୁହେଁ ବୋଲି କହିବା ସହ ଏହା ମୂଳ ଆବଶ୍ୟକତାକୁ ବି ପୂରଣ କରିପାରିବ ନାହିଁ ବୋଲି କହିଥିଲା । ରିପୋର୍ଟ ଅନୁସାରେ କମିଟି କହିଛି ଯେ, ୨୦୨୪ରେ ସରକାର ସର୍ବନିମ୍ନ ମାସିକ ପେନ୍‌ସନ ୧୦୦୦ ଟଙ୍କା କରିଥିଲେ କିନ୍ତୁ କେତେକ ପେନ୍‌ସନଭୋଗୀଙ୍କୁ ଏବେ ବି ଏହାଠାରୁ କମ୍‌ ପେନ୍‌ସନ ମିଳୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.