ଜଗତସିଂହପୁର, ୨୮/୦୯: ଘରୋଇ ବସ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ବାସେଳୀ ସାହୁ ଗ୍ରାମର ଅମିତ ସାହୁ । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ନାଉଗାଁ ଶିଖର ମୁଖ୍ୟରାସ୍ତା ଅବରୋଧ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳର ପାଳସାହି ନିକଟରେ ।
ସୂଚନା ମୁତାବକ, ପୁରୀ ବାସେଳୀ ସାହି ଅଞ୍ଚଳର ୪ ଜଣ ବନ୍ଧୁ ଗୋରେଖନାଥ ପୀଠରୁ ଦର୍ଶନ ସାରି ନିଜ ଘର ଅଭିମୁଖେ ବାଇକ୍ ଯୋଗେ ଆସୁଥିଲେ । ଏହି ସମୟରେ ନାଉଗାଁ ପାଳସାହି ନିକଟରେ ସାଇକ୍ରିଷ୍ଣା ନାମକ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାସେଳୀ ସାହୁ ଗ୍ରାମର ଅମିତ ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାତର କରାଯାଇଛି । ଅନ୍ୟପଟେ ଉତ୍ୟକ୍ତ ସ୍ଥାନୀୟ ଲୋକେ ମୃତଦେହ ରଖି ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ନାଉଗାଁ ଶିଖର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ନାଉଗାଁ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।