କୋରାପୁଟ, ୨୧/୦୩ : ହୁତହୁତୁ ହୋଇ ଜଳିଗଲା ବସ୍। ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା ବିଧାୟକ। ଭୁବନେଶ୍ଵରରୁ ମାଲକାନଗିରିକୁ ଚାଲୁଥିବା ଘରୋଇ ନୀଳକଣ୍ଠେଶ୍ଵର ନାମକ ବସ୍ ଜଳିଯାଇଛି। ଆନ୍ଧ୍ରପ୍ରଦେଶର ବିଜୟନଗରମ ନିକଟ ରାମଭଦ୍ରପୁରମ ଠାରେ ଭୋର୍ ପ୍ରାୟ ୪ଟା ବେଳେ ବସ୍‌ ର ଆଗ ଚକ ପଙ୍କଞ୍ଚର ହୋଇ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। 

ସୂଚନାନୁଯାୟୀ, ଭୁବନେଶ୍ଵରରୁ ମାଲକାନଗିରିକୁ ଚାଲୁଥିବା ଏକ ଯାତ୍ରୀବାହୀ ବସ୍ ରେ ରାମଭଦ୍ରପୁରମ ଠାରେ ଭୋର୍ ପ୍ରାୟ ୪ଟା ବେଳେ ନିଆଁ ଲାଗିଯାଇଥିଲା। ବସ୍‌ ରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ସହ ୩୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିଲେ। ନିଆଁ ଲାଗିବା ଦେଖି ଡ୍ରାଇଭର ରାସ୍ତା କଡ଼ରେ ଗାଡିକୁ ଅଟକାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦେଇଥିଲେ। ଖବର ପାଇ ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ବସ୍‌ ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଅନ୍ୟ ଏକ ବସରେ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠା ଯାଇଥିବା ଜଣାପଡ଼ିଛି। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। 

ଏହି ଖବରଟିକୁ ପଢନ୍ତୁ- ଏବେ ତାତି ଖସିବ, ୩ ଦିନ ପରେ ବଢ଼ିବ, ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ