ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ, ପ୍ରଧାନମନ୍ତ୍ରୀ ମୋଦି ରାହୁଲ ଗାନ୍ଧୀଙ୍କ ବୟସକୁ ନେଇ କଟାକ୍ଷ କରିଛନ୍ତି। ସୋମବାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଏକ ମିଡିଆ ବ୍ରିଫିଂରେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ସ୍କାଏରୁଟ୍ ଏରୋସ୍ପେସ୍ (ଏକ ଘରୋଇ ମହାକାଶ କମ୍ପାନୀ ଯାହା ନିକଟରେ ଭାରତର ପ୍ରଥମ ଘରୋଇ ରକେଟ୍, ବିକ୍ରମ-୧କୁ କକ୍ଷପଥରେ ଉତ୍ କ୍ଷେପଣ କରି ଇତିହାସ ରଚିଛି) ର ଦଳର ସଦସ୍ୟମାନଙ୍କର ହାରାହାରି ବୟସ ୨୮ ବର୍ଷ। ତା’ପରେ ସେ ଆହୁରି ମଧ୍ୟ କହିଥିଲେ ସେ କୌଣସି ୫୬ ବର୍ଷୀୟ ଯୁବକଙ୍କ ବିଷୟରେ କହୁନାହାଁନ୍ତି। ଏହା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ଇଙ୍ଗିତ ଥିଲା, ଯାହାଙ୍କ ବୟସୁ ଏବେ ୫୬ ବର୍ଷ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତ ବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଜଣେ ଭାରତୀୟ ନାଗରିକ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିଲେ ଏବଂ ନିକଟରେ ଜଣେ ଭାରତୀୟ ଯୁବକ ଷ୍ଟାର୍ଟଅପ୍ ଦ୍ବାରା ଏକ ଅସାଧାରଣ ସଫଳତା ହାସଲ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ନ ନେଇ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କଟାକ୍ଷ କରି କହିଥିଲେ ମୁଁ ୫୬ ବର୍ଷୀୟ ଯୁବକଙ୍କ ବିଷୟରେ କହୁନାହିଁ। ଗତ ଏକ ମାସରେ ଦେଶ ଅନେକ ସଫଳତା ହାସଲ କରିଛି ଯାହା ଦେଶବାସୀଙ୍କୁ ଗୌରବାନ୍ବିତ କରିଛି। ଏହି ସଫଳତା ଜାତୀୟ, ଆନ୍ତର୍ଜାତୀୟ ଏବଂ ମହାକାଶ କ୍ଷେତ୍ରକୁ ବ୍ୟାପିଛି।
ମୋଦିଙ୍କ ଇଶାରା ଶନିବାର ‘ସ୍କାଏରୁଟ୍ ଏରୋସ୍ପେସ୍’ ଦ୍ୱାରା ଦେଶର ପ୍ରଥମ ଘରୋଇ ଅର୍ବିଟାଲ ରକେଟ୍, ବିକ୍ରମ-୧ର ଉତ୍କ୍ଷେପଣ ବିଷୟରେ ଥିଲା। କମ୍ପାନୀ ଏହି ରକେଟ୍ ଜରିଆରେ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ପେଲୋଡକୁ ସଫଳତାର ସହ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାନିତ କରିଛି। ଏହା ଦ୍ବାରା ଆମେରିକା ଏବଂ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ଦେଶ ଭାବରେ ସ୍ଥାନ ପାଇଛି। ଯିଏକି ଘରୋଇ ପ୍ରକ୍ଷେପଣ କ୍ଷମତା ହାସଲ କରିଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିଶ୍ୱରେ କେବଳ କିଛି ଦେଶ ଅଛି ଯେଉଁଠାରେ ଘରୋଇ କମ୍ପାନୀଗୁଡ଼ିକ ଏପରି କ୍ଷମତାର ପ୍ରଦର୍ଶନ କରିଛନ୍ତି।
ଆହୁରି ପଢନ୍ତୁ: ୬ ଦେଶର ପ୍ରଥମ ପସନ୍ଦ ଥିଲା ଭାରତର ସ୍ୱଦେଶୀ BVR କ୍ଷେପଣାସ୍ତ୍ର, ଚୀନ୍ର PL-15 କୁ ବି ଛାଡିଲା ପଛରେ