ଖୋର୍ଦ୍ଧା, ୧୬/୧୨: ସୋରଡାରୁ ପୁରୀ ଯିବା ବେଳେ ବାଘମାରୀ ଛକ ନିକଟରେ ଓଲଟିଲା ଚକାଡୋଳା ବସ୍ । ଏହି ଦୁର୍ଘଟଣାରେ ୪୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ଏକାଧିକ ଗୁରୁତର ଯାତ୍ରୀଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ୫୭ ନମ୍ୱର ଜାତୀୟ ରାଜପଥ ବାଘମାରୀ ଛକ ନିକଟରେ ଏଭଲି ଘଟଣା ଘଟିଛି । 

ସୂଚନା ମୁତାବକ, ଚକାଡୋଳା ନାମକ ଏକ ବସ୍ ସୋରଡାରୁ ପୁରୀ ଯାଉଥିଲା । ୫୭ ନଂମ୍ବର ଜାତୀୟ ରାଜପଥ ଡ୍ରାଇଭରର ଆଖି ପଡିଯିବାରୁ ଘଟିଗଲା ଦୁର୍ଘଟଣା । ବସ୍‌ଟି ବାଘମାରୀ ଛକ ନିକଟରେ ଓଲଟି ପଡ଼ିଥିଲା । ଫଳରେ ବସ୍‌ରେ ଯାତ୍ରା କରୁଥିବା ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହେବା ସବ ଏକାଧିକ ଯାତ୍ରୀ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଭୁବନେଶ୍ୱରକୁ ସ୍ଥାନାନ୍ତର କରିଛି ।