ଭଣ୍ଡାରୀପୋଖରୀ୨/୬: ଭଦ୍ରକ ୧୬ନଂ ଜାତୀୟ ରାଜପଥ ଧାମନଗର ଛକ ନିକଟରେ ଯାତ୍ରା ଵାହୀ ବସ ପଛକୁ ଧକ୍କା ଦେଲା ଟ୍ରକ । ରାଉରକେଲାରୁ ଭଦ୍ରକ ଫେରୁଥିବା ଓଡି ୧୪ ବି ୭୫୭୫ ନଂ ସ୍ବର୍ଣ୍ଣଲତା (ଦଳାଇ) ନାମକ ଯାତ୍ରୀବାହୀ ବସ ଧାମନଗର ଛକରେ ସୋମବାର ସକାଳେ ଯାତ୍ରୀଙ୍କୁ ଓହ୍ଲାଉ ଥିବା ବେଳେ ପଛପଟୁ ଓଡି ୨୨ ଏସ ୫୦୪୪ ନଂ(ହାଇୱା) ଟ୍ରକ ଧକ୍କା ଦେଇଥିଲା। ବସର ପଛପଟ ସଂପୂର୍ଣ୍ଣ ଭାଙ୍ଗି ରୁଜି ଯାଇଥିବା ବେଳେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ସମସ୍ତ ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ଘଟଣା ସ୍ଥଳରେ ଧାମନଗର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଅନ୍ୟ ବ୍ଯବସ୍ଥାରେ ଯାତ୍ରୀ ମାନେ ଗନ୍ତବ୍ୟସ୍ଥଳକୁ ଫେରିଥିଲେ।

ବିହାରରେ ୩ଟି ପର୍ଯ୍ୟାୟରେ ହୋଇପାରେ ବିଧାନସଭା ନିର୍ବା...