ଫିରିଙ୍ଗିଆ, ୨୪।୧୧ କନ୍ଧମାଳନ ଜିଲ୍ଲା କଟରିଙ୍ଗିଆ  ପଞ୍ଚାୟତ ର ନମରବାଲୀ, ମାଟିଘାଟି ଗାଁ ନିକଟବର୍ତ୍ତୀ ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ପ୍ରାୟ ୧୫୨ଏକର ପରିମିତ ଜଙ୍ଗଲ ଜମିରେ ଚାଷ ହୋଇଥିବା ପାଖା ପାଖି କୋଟିଏ ଟଙ୍କାର ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି I ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଏହି ଅଭିଯାନ ରେ ବନବିଭାଗ, ପୋଲିସ ଓ ଅବକାରୀ ବିଭାଗ ର କର୍ମଚାରୀ ମାନେ ସାମିଲ ହୋଇଥିଲେ।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗଛ ଗୁଡିକ କଟାଯାଇଥିଲା I ଅନ୍ୟପଟେ ସୁରକ୍ଷା ଦୃଷ୍ଟି କୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା।